ନୟାଗଡ଼: ସୁଭଦ୍ରାର ୩ୟ କିସ୍ତି ପ୍ରଦାନ

4

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ପାଇଁ ଏକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ ସ୍ୱାଇଁ,ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ,ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ୍ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ । ଇଂ. ଦେବାଶିଷ ପଟ୍ଟନାୟକ ସ୍ୱାଗତ ଭାଷଣ ପରେ ସୁଭଦ୍ରା ଯୋଜନା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମାନ୍ୟବର ବିଧାୟକ ଖଣ୍ଡପଡ଼ା ତାଙ୍କ ଅଭିଭାଷଣରେ କହିବାକୁ ଯାଇ ନୟାଗଡ଼ ଜିଲ୍ଲା ଆଗାମୀ ଲକ୍ଷପତି ଦିଦିର ପ୍ରଥମ ସ୍ଥାନରେ ପହଞ୍ଚି ପାରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ଉନ୍ନତି ଓ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ପୂର୍ବରୁ ଏହି ଜିଲ୍ଲା ସମଗ୍ର ଭାରତ ବର୍ଷରେ ଏକନମ୍ବର ଜିଲ୍ଲା ଭାବେ ଲକ୍ଷପତି ଦିଦି ପାଇଁ ପୁରସ୍କୃତ ହୋଇଛି । ଏହି ଜିଲ୍ଲାର ଉନ୍ନତି ପାଇଁ ଆମେ ସମସ୍ତେ ଦାୟିତ୍ୱବାନ ହେବା । ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମହିଳାଙ୍କ ନିମନ୍ତେ ଆର୍ଥିକ ସୁରକ୍ଷା ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି ସରକାର । ଆର୍ଥିକ ଓ ସାମାଜିକ ସୁରକ୍ଷା ଦେବା ପାଇଁ ସରକାର ସବୁବେଳେ ଚେଷ୍ଟିତ । ସୁଭଦ୍ରା ଟଙ୍କାକୁ ମାଆମାନେ ଅନେକ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରି ଭଲ କାମରେ ଲଗାଉଛନ୍ତି । ଆମ ଜିଲ୍ଲା ପୁରା ଭାରତ ବର୍ଷରେ ଏକ ନମ୍ବରରେ ଅଛି । ନୟାଗଡ଼ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୨ଲକ୍ଷ ୩୮ହଜାର ହିତାଧିକାରୀ ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି । ଆପଣମାନଙ୍କୁ ସଶକ୍ତ କରିବାରେ ଆର୍ଥିକ ସଶକ୍ତିକରଣ ଯୋଜନାମାନ ରହିଛି । ସରକାରଙ୍କର ମୁଦ୍ରା ଯୋଜନା,ପିଏମ ବିଶ୍ୱକର୍ମା ଯୋଜନା ଭଳି ଅନେକ ଯୋଜନା ରହିଛି । ସୁଭଦ୍ରା ଯୋଜନାରେ ନୂଆରେ ପ୍ରବେଶ କରିବାକୁ ବ୍ଲକରେ ସୁଭଦ୍ରା ସେଲ ଖୋଲିଛି, ଏହିକାର୍ଯ୍ୟକ୍ରମରେ୮ଟିବ୍ଲକରହିତାଧିକାରୀ,ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.