ଦିବ୍ୟଦୃଷ୍ଟି ଯୋଜନା ର ଚଷମା ବଣ୍ଟନ କାର୍ଯ୍ୟକ୍ରମ

4

 

ସୁବର୍ଣ୍ଣପୁର,ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମୋହନଚରଣ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଲୋଚନ ସାହୁ ଯୋଗଦେଇ ପୂର୍ବରୁ ଚିହ୍ନିତ ଛାତ୍ରଛାତ୍ରୀ ଙ୍କୁ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ଚଷମା ବିତରଣ କରିଥିଲେ। ଆଖି ର ସୁରକ୍ଷା ପାଇଁ ଦୈନନ୍ଦିନ ଜୀବନରେ ଯତ୍ନ ନେବା, ମୋବାଇଲ ବେଶୀ ସମୟ ଦେଖିବା ନାହିଁ, ଅତି ଉଜ୍ଜ୍ୱଳ ଆଲୁଅରେ କି ବହୁତ କମ ଆଲୁଅ ରେ ପଢିବା ନାହିଁ, ଚଷମା ର ସଦୁପଯୋଗ କରିବା, ନିୟମିତ ଚଷମା ପିନ୍ଧିବାକୁ ସଚେତନ କରିଥିଲେ। ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ବ୍ରେଲୀ ଲିପି ବିଷୟରେ ଶିକ୍ଷା ଦେବା ସହିତ ଲେଖିବାର ପ୍ରଣାଳୀ ଶିଖାଇଥିଲେ। ଛାତ୍ରଛାତ୍ରୀମାନେ ବିନା ମୂଲ୍ୟରେ ଚଷମା ପାଇ ଖୁସି ହୋଇଥିଲେ। ପାଚିକା ସହାୟିକା ଆଲ୍ଲାଦିନୀ ସେଠୀ ଓ ଜପସ୍ୱିନୀ ନାଏକ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ହାରାଧନ ରଣା ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.