ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଗୋପିନାଥ ସାହିର ଜଣେ ପରୋପକାରୀ ମହିଳା ଝୁନୁ ପାଳ(୫୦)ଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି ।ମିଳିଥିବା ସୁଚନା ଅନୁସାରେ, ଘରେ ଥିବା କିଛି ଶୁଆଙ୍କ ପାଇଁ ବାଡି ପଟରେ ଥିବା ପିଜୁଳି ଗଛରୁ ପିଜୁଳି ତୋଳିବା ପାଇଁ ଯାଇଥିଲେ । ବାଉଁଶରେ ପିଜୁଳି ତୋଳିବା ସମୟରେ,
ସେଠାରେ ବହୁ ସଂଖ୍ୟକ ମହୁମାଛି ତାଙ୍କ ମୁଣ୍ଡକୁ ବାରମ୍ବାର ଦଂଶନ କରିବା ଫଳରେ ସେ ଗୁରୁତର ହୋଇ ଚିତ୍କାର କରି ତଳେ ପଡ଼ିଯାଇଥିଲେ ।ଏହା ଶୁଣି ଘର ଭିତରେ ଥିବା ପୁଅ ତ୍ରିପତୀ ସେଠାରୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଡାକ୍ତରଖାନା ପରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତା ଝୁନୁ ଜଣେ ପରୋପକାରୀ ମହିଳା ଭାବେ ସାହି ପଡୋଶୀରେ ପରିଚିତ ଥିଲେ ।ନିଜର ଅସୁବିଧା ଥିଲେ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସଦାସର୍ବଦା ଆଗେଇ ଆସୁଥିଲେ ।ତାଙ୍କ ମୃତ୍ୟୁରେ ଗୋପିନାଥ ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗୋପିନାଥ ସାହିବାସିନ୍ଦା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଶୋକାକୁଳ ପରିବେଶରେ ବେଲଗୁଣ୍ଠା ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ପୁଅ ତ୍ରିପତୀ ମୁଖାଗ୍ନି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.