ସରସ ସୁନ୍ଦର ଆମ କେନ୍ଦୁଝର

4

ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀର କେନ୍ଦୁଝରଗଡ଼ ମୁନିସିପାଲିଟି ରାସ୍ତା ଅବସ୍ଥା ଶୋଚନୀୟ

କେନ୍ଦୁଝର,ତା୮/୮- କେନ୍ଦୁଝର ଟାଉନ ମୁନିସିପାଲିଟି ରାସ୍ତା ଅବସ୍ଥା ଆଜି ଖୁବ୍‌ ଶୋଚନୀୟ, ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ସଦର, ଟାଉନ ଏରିଆ। ଏଠାରେ ଅଳ୍ପ ବର୍ଷା ହେଲେ ଲୋକ ମାନେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି। ପ୍ରଶାସନକୁ ଏହି ସବୁ ରାସ୍ତା ନେଇ ବାରମ୍ବାର କହିବା ସତ୍ତ୍ଵେ କିଛି ପଦକ୍ଷେପ ନାହିଁ। ଏଠାରେ ଏକ ରାସ୍ତା ମୁନିସିପାଲିଟିର ୧୨ ନମ୍ବର ୱାର୍ଡ଼ ମାଇନିଙ୍ଗ ରୋଡ଼ ଦେଇ ଯାଇଥିବା ନିଉ କଲୋନୀ ରାସ୍ତା ଯାହାକି ପୁରୁଣା ଜାତୀୟ ରାଜପଥକୁ ଜାମୁହୋତା ପାଖରେ ସଂଯୋଗ କରିଛି। ଏହି ରାସ୍ତାଟିକୁ ଦେଖିଲେ ଜଣାପଡେ କେନ୍ଦୁଝର ସହରରେ କେତେ ଉନ୍ନତ କାମ ହୋଇଛି। ସାମାନ୍ୟ ଏହା ଅଳ୍ପ ବର୍ଷାରେ ରାସ୍ତା ଅବସ୍ଥା ପୁରା ବେହାଲ, ରାସ୍ତାରେ ଚାଲିକି ଯିବା ସମ୍ଭବ ହୁଏନି ।ଏହି ରାସ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଗତବର୍ଷ ଅକ୍ଟୋବର ମାସରେ ଅଭିଯୋଗ ପତ୍ର ଦିଆଯାଇଥିଲା କିନ୍ତୁ ଏଥି ପ୍ରତି ପ୍ରଶାସନ ପୁରା ଅବହେଳା କରି ନୀରବ ଅଛି । ଏହି ରାସ୍ତା ଜଣେ ଆଦିବାସୀଙ୍କ ପଟ୍ଟା ଜାଗା କିନ୍ତୁ ପ୍ରଶାସନ ଏହି ରାସ୍ତା ଜମି ଅଧିକରଣ କରିବା କଥା କିନ୍ତୁ ଜମି ଅଧିକାର ନ କରି ଚୁପଚାପ ବସିବା ସ୍ଥାୟୀ ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗରୁ କେନ୍ଦୁଝର ନଗରପାଳିକା ଘରୋଇ ଜମି କିଣି ଥିବାର ନଜିର ଅଛି ତଥାପି ପ୍ରଶାସନ ନିଦାବିଷ୍ଣୁ । ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ସଦାସର୍ବାଦ ଯାତାୟାତ କରନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରଶାସନ ପାଖରେ ଜନସାଧାରଣ ନିବେଦନ କରିଛନ୍ତି କି ତୁରନ୍ତ ନଗରପାଳିକା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା କରାଯାଉ।

Leave A Reply

Your email address will not be published.