କେନ୍ଦୁଝର,ତା୮/୮- କେନ୍ଦୁଝରର ନୀରିହ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ଓ ବିଜେପି ସରକାରଙ୍କ ପ୍ରତାରଣା ପ୍ରତିବାଦରେ ମହଦେଇଯୋଡା ଗ୍ରା.ପ.ର ଟିକରପଡ଼ା, ଧାତିକା, ଭାଲୁପାହାଡି ସାହି, କାଦଗଡ଼ର ଜନସାଧାରଣ ନିଜର ଦୁଃଖ ଜଣାଇବାକୁ ଯିବା ବାଟରେ ହସନପୁର ଟୋଲ୍ ଗେଟ ନିକଟରେ ଅଟକେଇ ଭୟଭୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଆମ ଆଦମୀ ପାର୍ଟି, କେନ୍ଦୁଝର ଏଥିପାଇଁ ଘୋର ନିନ୍ଦା କରିଛି । ଆଗାମୀ ଦିନରେ ଆପ୍ କେନ୍ଦୁଝର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରି ଲୋକଙ୍କ ସହ ରହିବ ବୋଲି କୁହାଯାଇଛି। ସୂଚନା ମିଳିଛି କି ଏସାର ମିନ୍ମେଟ୍ କମ୍ପାନୀ ଦ୍ଵାରା କେନ୍ଦୁଝର ସଦର ବ୍ଲକର ମହାଦେଈଯୋଡା ପଞ୍ଚାୟତ ଅଞ୍ଚଳରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ କିଛି ବାହାର ଲୋକଙ୍କୁ ନେଇ ଜନଶୁଣାଣୀ କରି ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା କରୁଛି। ଏହି ମହାଦେଈଯୋଡ଼ା ଅଞ୍ଚଳରେ ପ୍ରତିବର୍ଷ ସୁନାର ଫସଲ ଫଳେ ଏଠିକାର ଗରିବ ଆଦିବାସୀ ଖଟିଖିଆ ଲୋକମାନେ ବର୍ଷରେ ତିନି ଥର ଚାଷ କରି ନିଜ କୁଟୁମ୍ବ ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏହି ସ୍ଥାନରେ ପ୍ଲାଣ୍ଟ କରିବା ନିମନ୍ତେ ଚିହ୍ନଟ କରିବା ଦୁର୍ଭାଗ୍ୟଜନକ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିଧାୟକ ଥିଲାବେଳେ ଏଠାରେ ପ୍ଲାଣ୍ଟ ନ ହେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ କହି ଥିଲେ ପାଣ୍ଟ ମୋ ଶବ ଉପରେ ହେବ। କିନ୍ତୁ ଏବେ ସେହି ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି ସେ ଖଣି କାରଖାନା ମାଲିକଙ୍କ କଥାରେ ଉଠ ବସ ହେଉଛନ୍ତି।ଏସାର ମିନ୍ମେଟ୍ କମ୍ପାନୀ ଆଉ ମୁଖ୍ୟମନ୍ତ୍ରୀଙ୍କ କ’ଣ ସମ୍ପର୍କ ଅଛି ଯେ ଏହି ସ୍ଥାନରେ ପ୍ଲାଣ୍ଟ କରିବା ନିମନ୍ତେ ଏତେ ବ୍ୟଗ୍ର ହେଉଛନ୍ତି ଲୋକଙ୍କୁ ସନ୍ଦେହରେ ପକାଇଛି। ଦଲାଲ ପ୍ଲାଣ୍ଟ କରେଇ ଦେବେ କହି ମାଲ ପକେଇଥିବା ଆଲୋଚନା ହେଉଛି । ମହାଦେଈଯୋଡା ପଞ୍ଚାୟତବାସୀ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼କୁ ଯିବା ସମୟରେ ହସନପୁର୍ ଟୋଲ ଗେଟ୍ ନିକଟରେ ପୋଲିସ ଦ୍ବାରା ଅଟକାଇବା ଅତି ଦୁର୍ଭାଗ୍ୟଜନକ ବୋଲି ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ କହି କ୍ଷୋଭ ପ୍ରକାଶ କରିଛନ୍ତି। ସନ୍ଧ୍ୟାବେଳେ ପଞ୍ଚାୟତର ଟିକରପଡ଼ା, ଧାତିକା, କାଦଗଡ଼ ଆଦି ଗ୍ରାମର ଲୋକମାନଙ୍କ ସହିତ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post