ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

4

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ସମଲେଇଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସହାୟକ ଉପକରଣ ବଣ୍ଟନ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଡାକ୍ତରୀ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଧା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର ଯୋଗଦେଇ ଶୁଭାରମ୍ଭ କରିଥିଲେ । ଡୁଙ୍ଗୁରିପାଲି ବ୍ଲକ ର ୧୫ ଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ୧୪୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ମାତାପିତା ଯୋଗଦେଇଥିଲେ । ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୧ ଜଣ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ହ୍ବିଲ ଚେୟାର, ଟ୍ରାଇ ସାଇକଲ, ଶ୍ରବଣ ଯନ୍ତ୍ର, ରୋଲେଟର ଓ ଶିକ୍ଷଣ ସାମଗ୍ରୀ ଆଦି ପ୍ରଦାନ କରାଯାଇଥିଲା । ଡାକ୍ତର ଅଭୟ କୁମାର ଲେଙ୍କା, ଡାକ୍ତର ନବ କୁମାର ସାହୁ ଓ ଡାକ୍ତର ସତ୍ୟବ୍ରତ ଗିରି ଯୋଗ ଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଡାକ୍ତରୀ ଆକଳନ କରାଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଚିହ୍ନିତ ଛାତ୍ରଛାତ୍ରୀ ଙ୍କୁ ସହାୟକ ଉପକରଣ ଯୋଗାଇ ଦିଆଯିବାକୁ ତଥ୍ୟ ପ୍ରସ୍ତୁତ କରାଯାଇଥିଲା। ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ ଏବଂ ସୀତାରାମ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚିନାଜୁରୀ ସିଆରସିସି ରମେଶ ଭୋଇ,ଅନ୍ତର୍ନିବେଶୀ ଶିକ୍ଷା ସେବୀ ଲୋଚନ ସାହୁ,ହିମାଂଶୁ ଶେଖର ସାହୁ,ଶିକ୍ଷକ ନାରାୟଣ ମେହେର,ହିମାଂଶୁ ସାହୁ,ମନୋଜ କୁମାର ପଧାନ,ଅନିଲ କୁମାର ଭୋଇ,ପ୍ରକାଶ ଚନ୍ଦ୍ର ସାହୁ ସହିତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧେଶ୍ୟାମ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.