ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବଲାଙ୍ଗୀର ଜୋନ ର ବର୍ଣ୍ଣାଳୀ ପାଠ୍ୟକ୍ରମ ମୁଖ୍ୟ ସ୍ୱାହା ଦାଶ। କିଶୋରୀ ବାଳକ ବାଳିକା ମାନଙ୍କ ମନୋଭାବ ର ବିକାଶ, ଶାରୀରିକ ଓ ମାନସିକ ପରିବର୍ତ୍ତନ,ଶିଶୁ ଅଧିକାର ଓ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସମାଜ ପ୍ରତି ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନତା ପରି ବିଭିନ୍ନ ବିଷୟ କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବର୍ଣ୍ଣାଳୀ ପୁସ୍ତକ ପ୍ରସ୍ତୁତ କରାଯାଇ ସାମାଜିକ ପାଠ ସହିତ ଯୋଡି ଶିକ୍ଷାଦାନ କରାଯାଉଛି। ସ୍ୱାହା ଦାଶ ଙ୍କ ପରିଦର୍ଶନ ଏହି ପାଠ୍ୟକ୍ରମ କୁ ଆଗକୁ ନେବାରେ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମେଶ ଭୋଇ। ବିଦ୍ୟାଳୟ ର ବର୍ଣ୍ଣାଳୀ ତାଲିମ୍ ପ୍ରାପ୍ତ ଶିକ୍ଷୟିତ୍ରୀ କମଳା ପଧାନ ଶିକ୍ଷାଦାନ କରିଥିଲେ। ପ୍ରଧାନ ଶିକ୍ଷକ ଚକ୍ରପାଣି ସାହୁ, ସୁନୀଲ ଚିନ୍ଦ୍ରା,ସସ୍ମିତା କୁମ୍ଭାର, ସୁସ୍ମିତା ସାହୁ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.