ବାଇକ ଧକ୍କାରେ ସାଇକେଲ ଆରୋହୀ ବୁଦ୍ଧଙ୍କ ମୃତ୍ୟୁଘଟିଛି।

4

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ନିକଟରେ ବାଇକ ଧକ୍କା ସାଇକେଲ ଆରୋହୀ ବୁଦ୍ଧ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ଗତ କାଲି ସନ୍ଧ୍ୟା ୫ଟାରେ ଲରିଆ ବାହାଲ ଗ୍ରାମର ନାରାୟଣ ଜାଲ( ୬୫) ସାଇକେଲ ଯୋଗେ ଡୁଙ୍ଗୁରିପାଲି ରୁ ନିଜ ଘରକୁ ଫେରୁଥିବା ବେଳେ ଶିଶୁ ମନ୍ଦିର ଛକ ନିକଟରେ ଵୖଦୁପାଳି ଗ୍ରାମର ମୁକେଶ ବାରିକ( ୩୦)ବାଇକ ଯୋଗେ ଦ୍ରୁତ ଗତିରେ ଆସି ସାଇକେଲ ଆରୋହୀ ବୃଦ୍ଧ ଧକା ଦେଇଥିଲା। ଫଳରେ ଉଭଜେ ଗୁରୁତର ଅବସ୍ତାରେ ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳର କର୍ମୀ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁରେ ଭର୍ତ୍ତି କରିଥିଲେ। ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବୁର୍ଲା ଭୀମସାର ଡାକ୍ତର ଖାନାକୁପଠାଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ନାରାୟଣ ଜାଳଙ୍କ ମୃତ୍ୟୁ ଘଟିଥିଲା। ଶବ ବେବଛେଦ ପରେ ନିଜଗ୍ରାମ ଲାରିଆବାହଳକୁ ଆଣି ଅନ୍ତିମ ସଂସ୍କାର କରିଥିଲେ।

Leave A Reply

Your email address will not be published.