ଓଡ଼ଗାଁ,୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କୁମ୍ଭୀଆପଲ୍ଲୀ ଠାରେ ଅବସ୍ଥିତ ପିମିଟି କଲେଜ ଜୀବନ ବନ୍ଧୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ସମୟରେ ରକ୍ତର ଆବଶ୍ୟକତା ଅନୁପାତରେ କମ୍ ପରିମାଣର ରହୁଥିବାରୁ ରୋଗିମାନଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାତାଙ୍କ ଠାରୁ ସଂଗୃହିତ ରକ୍ତ ଅନେକ ଜୀବନ ବଞ୍ଚିବାରେ ସହାୟକ ହୋଇପାରିବ ।
Sign in
Sign in
Recover your password.
A password will be e-mailed to you.
Prev Post