ବିଜେପୁର :-ଆଜି ପ୍ରାୟ ୭ଟା ୨୫ମିନିଟ ପାଖାପାଖି ଭୟାନକ ଦୁର୍ଘଟଣା ଘଟିଛି, ଯେଉଁଥିରେ OD17Y0620 ନମ୍ବର ଥିବା ଏକ ପିକ୍-ଅପ୍ ଭାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ଅନୁଯାୟୀ, ଗାଡ଼ିଟି ବିଜେପୁର ପେଟ୍ରୋଲ ପମ୍ପ ସାମ୍ନା ରେ ଥିବା ଗାଡ଼ି ସାର୍ଭିସିଂ ସେଣ୍ଟରରୁ କାର୍ଯ୍ୟ ସରିଲା ପରେ ଚାଳକ ମହାଶୟ ବେକ୍ ଗିୟର ଦେଇ ଗାଡ଼ି ବାହାର କରୁଥିବା ସମୟରେ ବହୁ ଜୋରରେ ଏକସିଲିଟର ଟି ଦେଇଦେବା ଫଳରେ ଅନିୟନ୍ତ୍ରିତ ହୋଇ ଦୃତ ଗତିରେ ପଛକୁ ବଢ଼ି ଯାଇଥିଲା ଓ ଗାଡ଼ି ସିଧାସଳଖ ପେଟ୍ରୋଲ ଟାଙ୍କି ବାଡ଼ ଉପରକୁ ଚଢି ଯାଇଥିଲା।ବାଡ଼ ନଷ୍ଟ ହେବା ସାଙ୍ଗକୁ ପାଖରେ ଥିବା ଏକ ଚାହା ଦୋକାନୀ ସହ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୌଭାଗ୍ୟବଶତଃ ଘଟଣା ସମୟରେ ରାସ୍ତା ରେ କୌଣ ଅନ୍ୟାନ୍ୟ ଯାନବାହନ ନଥିବାରୁ ଏକ ମହା ଦୁର୍ଘଟଣା ରୁ ରକ୍ଷା ମିଳିଛି। ଏପରି କି ସେହି ସମୟରେ ପେଟ୍ରୋଲ ଲୋଡିଙ୍ଗ ଗାଡ଼ି ମଧ୍ୟ ପେଟ୍ରୋଲ ଅନଲୋଡ ପାଇଁ ପଛ ପଟରେ ରହିଥିଲା ।ଯଦି ସେହି ସମୟରେ ପେଟ୍ରୋଲ ଅନଲୋଡ ଗାଡ଼ିରେ ଧକ୍କା ହୋଇଥାନ୍ତି ତେବେ କେତେଯେ କ୍ଷୟକ୍ଷତି ସହ ଧନଜୀବନ ଚାଲି ଯାଇଥାନ୍ତା ଅନୁମେୟା ଘଟଣା ଉପରେ ଟାଙ୍ଗି ମାଲିକ ତୁରନ୍ଧ ବିଜେପୁର ଥାନାକୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ କେହି ଆହତ ବା ହତାହତ ହେବାର ସୂଚନା ମିଳିନାହିଁ। ମାତ୍ର ଗାଡି ଚାଳକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post