ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ନିକଟରେ ବାଇକ ଧକାରେ ସାଇକେଲ ଆରୋହୀ ଗୁରୁତର। ସୂଚନା ଅନୁଯାଇ ଲରିଆ ବାହାଲ ଗ୍ରାମର ନାରାୟଣ ଜାଲ( ୫୫) ସାଇକେଲ ଯୋଗେ ଡୁଙ୍ଗୁରିପାଲି ରୁ ନିଜ ଘରକୁ ଫେରୁଥିବା ବେଳେ ଶିଶୁ ମନ୍ଦିର ଛକ ନିକଟରେ ବାଇକ ଯୋଗେ ଆସୁଥିବା ବେଈଦୁ ପାଳି ଗ୍ରାମର ମୁକେଶ ବାରିକ( ୩୦) ଦ୍ରୁତ ଗତିରେ ଆସି ସାଇକେଲ ଆରୋହୀକୁ ଧକା ଦେଇଥିଲା। ଫଳରେ ଉଭଜେ ଗୁରୁତର ଅବସ୍ତାରେ ପଡିଥିଲା। ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳର କର୍ମୀ ଉଭଜ ଦୁଇ ଜଣ ଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁରେ ଭର୍ତ୍ତି କରିଥିଲେ। ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବୁର୍ଲା ଭୀମସାର ଡାକ୍ତର ଖାନାକୁ ପଠାଯାଇଛି। ଘଟଣା ସ୍ଥଳ କୁ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.