ରାୟଗଡା – ଜେମାଦେଇ ପେଣ୍ଠ ରେଲବାଇ ଷ୍ଟେସନ୍ରେ ଟ୍ରେନ୍ ବୋଗି ଭିତରେ ବସିଥିବା ସୁନା ବେପାରୀ ଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ଗହଣା, ଗହଣା ର ଆନୁମାନିକ ମୂଲ୍ୟ 20ଲକ୍ଷ ଟଙ୍କା ହେବ l ପାଞ୍ଚ ଜଣ ଦୁର୍ବୃତ୍ତ ମାନେ ସୁନା ଗହଣା ବେଗ ସହ ଝାଂପି ନେଇ ପଳାଇ ଗଲେ। ଏହିପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ରେଳବାଇ ଷ୍ଟେସନ୍ ରୁ ଗୁଣ୍ଟୁର ଅଭିମୁଖେ ଯାଉଥିବା ଟ୍ରେନ ଯୋଗେ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟଣମ୍ ଗାଯୁୱାକା ନିବାସୀ ସୁନା ବେପାରୀ ଆର ମୁଲ୍ଲା ରାୟଗଡା ସହରରେ ସୁନା ବ୍ୟପାରୀ ତାଙ୍କ କାମ ସାରି ବିଶାଖାପାଟଣା ଯାଉଥିବା ବେଳେ ଗୁଣ୍ଟୁର ଏକ୍ସପ୍ରେସ ଟ୍ରେନ ରେ ଜେମାଦେଇ ପେଣ୍ଠ ଷ୍ଟେସନ୍ ରେ ତାଙ୍କ ନିକଟରେ ଥିବା ୨୦୦ ଗ୍ରାମ୍ ସୁନା ଗହଣା ବେଗ ଛଡାଇ ଜଙ୍ଗଲ କୁ ଅଜଣା ଦୁର୍ବୃତ୍ତ ମାନେ ଝାମ୍ପୀ ନେଇ ଚମ୍ପଟ ମାରି ଦୌଡ଼ି ପଳାଇ ଗଲେ।
ସୂଚନା ଅନୁସାରେ, ସେ ୨୦୦ ଗ୍ରାମ୍ ସୁନା ଗହଣା ସହିତ ଗୁଣ୍ଟୁର୍ ଏକ୍ସପ୍ରେସ୍ର B2 AC କମ୍ପାର୍ଟମେଣ୍ଟ୍ରେ ବସିଥିବା ସମୟରେ ଜେମାଦେଇ ପେଣ୍ଠ ରେଲୱେ ଷ୍ଟେସନ୍ରେ ପାଞ୍ଚଜଣ ଅଜଣା ବ୍ୟକ୍ତି ଆକ୍ରମଣ କରି, ଗହଣା ଭର୍ତ୍ତି ବ୍ୟାଗ୍ଟି କୁ ଝାମ୍ପୀ, ସ୍ଟେସନ୍ ନିକଟସ୍ତ ଜଙ୍ଗଲରେ ଲୁଚି ପଡ଼ିଥିଲେ। ଘଟଣା ପରେ, ଆର୍ ମୁଲ୍ଲା ସେସ୍ଖାଲ୍ ସ୍ଥାନୀୟ ପୋଲିସ୍ ଷ୍ଟେସନ୍କୁ ଯାଇଥିଲେ, କିନ୍ତୁ ସେଠାର ପୋଲିସ୍ ଏହା ଟ୍ରେନ୍ଭିତରେ ଘଟିଥିବା କାରଣରୁ ମାମଲା ରଜିଷ୍ଟର୍ କରିବାକୁ ଅସ୍ୱୀକାର କରିଥଲେ , ରାୟଗଡ଼ା RPF ପାଖକୁ ଯିବାକୁ ପରାମର୍ଶ ଦେଇଥିଲେ।ପରେ, ରାୟଗଡ଼ା ଜ୍ୱେଲେରୀ ଆସୋସିଏସନ୍ର ଅଧ୍ୟକ୍ଷ କେ. ଅମରନାଥଙ୍କ ସହଯୋଗରେ ସେ ରାୟଗଡ଼ା RPF କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଦାଖଲ କଲେ l
Sign in
Sign in
Recover your password.
A password will be e-mailed to you.