ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଘୁମୁସର ଅଞ୍ଚଳ ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ୦୩/୦୮/୨୦୨୫ ରବିବାର ଦିନ ର ବୈଠକ ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଉ ଯାଇଛି । ସ୍ଥାନୀୟ ବିଧାୟକ ମହୋଦୟଙ୍କ ସୁପାରିଶ ରୁ ଏହିବଙ୍ଗଳାରେ ଏହି ବୈଠକ ବସିବା ସମ୍ଭବ ହୋଇ ପାରିଛି,।କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ ବିଧାୟକ ଏକ ସରକାରୀ ବାସଗୃହ ଭଞ୍ଜନଗର ଏନ ଏ. ସି ଭିତରେ ଯୋଗାଇଦେବାପାଇଁ ଅନୁରୋଧ କରି ଏକ ନିର୍ଧାରଣ ଗୃହୀତ ହୋଇଛି | ସେହିପରି ସ୍ଥାନୀୟ ଥାନାରେ ଦୁଇଶହ ପଚାଶରୁ (୨୫୦) ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କ ଦରଖାସ୍ତ ହଜିଯାଇଥିବାରୁ ବୈଠକ ରେ ଗଭୀର ଉଦବେଗ ପ୍ରକାଶ କରାଯାଇ ଗଞ୍ଜାମ ଏସ. ପି. ଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଆଉ ଏକ ନିର୍ଧାରଣ ମଧ୍ୟ ଗୃହୀତ ହୋଇଛି ।ସଭାପତି ସୋମନାଥ ନାୟକ ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ସମ୍ପାଦକ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପାଠ କରିଥିଲେ। ବୈଠକ ଆରମ୍ଭରେ ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡାଙ୍କ ଧର୍ମ ପତ୍ନୀ ରେଣୁ ପ୍ରଭାଙ୍କ ମୃତ୍ୟରେ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଜଣାଇବା ସାଙ୍ଗକୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ନୂତନ ସଭ୍ୟ ଜନାର୍ଦନ ପଣ୍ଡା, ବଂଶୀଧର ବିଷୋୟୀ ଶ୍ରୀମାନ ପ୍ରଧାନ ଙ୍କୁ ସଭାପତି ପରିଚୟ ପ୍ରଦାନ କରି ସ୍ୱାଗତ କରିଥିବାବେଳେ ,ଆବାସ ଅଲ୍ଲୀ ଖାଁ ଏମଡି ଉସମାନ୍ ମୁସଲିମ ସଦସ୍ୟ ଯୋଗ ଦେଇଥିବାରୁ ଉତ୍ସାହ ପ୍ରକାଶ ପାଇଥିଲା। ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଲଡ଼ୁକିଶୋର ପ୍ରଧାନ, ବିପିନ କୁମାର ବେହେରା,ଅଧ୍ୟାପକ ତପନ କୁମାର ମିଶ୍ର, ମଧୁସୂଦନ ସ୍ୱାଇଁ, ଏମ ରବୀନ୍ଦ୍ରପାତ୍ର, ସାମ୍ବାଦିକ ମାଗୁଣିମିଶ୍ର କଳାକାର ଆଦି କନ୍ଦ ଗୌଡ଼, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ। ଶେଷରେ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ବହୁ ସଂଖ୍ୟା ରେ ସଭ୍ୟ ମାନେ ଯୋଗ ଦେଇ ମତାମତ ରଖୁଥିବାରୁ ସନ୍ତୋଷ ପ୍ରକାଶ କରି ଧନ୍ୟବାଦ ଦେବା ସାଙ୍ଗକୁ ଚଳିତ ଅଗଷ୍ଟ ପନ୍ଦର ୭୯ ତମ ସ୍ୱାଧୀନତା ଦିବସ ଯାହା ସଭାପତି ଙ୍କ ବାସଭବନ ଆଗରେ ପାଳିତ ହେଵ , ତେଣୁ ଏଥିରେ ବହୁ ସଂଖ୍ୟାରେ ସଦସ୍ୟ ଓ ସାଧାରଣ ଜନତା ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.