ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ)- :ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ଏହା ଏକ ରେଫର୍ ଡାକ୍ତରଖାନା କହି କ୍ଷୋଭ ପ୍ରକାଶ କରିଛନ୍ତି ୧ ନମ୍ବର ୱାର୍ଡ଼ କାଉନସିଲର ଏସ୍.ଭାସ୍କର ପାତ୍ର । କାଉନସିଲର ଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆଜି ସଂଧ୍ୟା ୫ ଟା ସମୟରେ ବେଲଗୁଣ୍ଠା ଗୋଲା ସାହିର ସୁବାଷ ପାତ୍ର ନାମକ ଜଣେ ରୋଗୀ ଡାଇରିଆ ଓ ଜ୍ବର ପାଇଁ ଡାକ୍ତର ଖାନା ଆସିଥିଲେ ।କିନ୍ତୁ ସେଠାରେ କୌଣସି ନିୟମିତ ଡାକ୍ତର ଉପସ୍ଥିତ ନ ଥିବା ଜାଣି କାର୍ଯ୍ୟରତ ଜଣେ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡାକ୍ତର ଜଣକ କିଛି ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । କିନ୍ତୁ ଗୋଟିଏ ସାଧାରଣ ଜ୍ୱର ଓ ଡାଇରିଆ ପାଇଁ ଭଞ୍ଜନଗର ଯିବା କଥା ଶୁଣି ରୋଗୀଙ୍କ ସମ୍ପର୍କୀୟ ନିଜ ୱାର୍ଡ଼ର କାଉନସିଲର ଭାସ୍କର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଭାସ୍କର ତୁରନ୍ତ ଡାକ୍ତରଖାନା ପହଞ୍ଚି ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ ।ଏ ପରି ସ୍ଥଳେ,ସେ ଜାଣିବାକୁ ପାଇଲେ ଯେ, ଉକ୍ତ ଡାକ୍ତର ଜଣକ ଜଣେ ଚକ୍ଷୁ ଡାକ୍ତର ହୋଇଥିବା ବେଳେ ଆଜି ଗୋଟିଏ ଦିନ ପାଇଁ ଡେପୁଟେସନ୍ ରେ ଆସିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ସମସ୍ତ ଡାକ୍ତର କୌଣସି ପରୀକ୍ଷା ଦେବା ପାଇଁ ଅନୁପସ୍ଥିତି ଅଛନ୍ତି ।ଏ ପରି ସ୍ଥଳେ ଭାସ୍କର କ୍ଷୋଭ ପ୍ରକାଶ କରିବା ସହିତ, ।ଯଦି ଜଣେ ସାଧାରଣ ଜ୍ବର ଓ ଡାଇରିଆ ରୋଗୀ ରେଫର୍ ହେବେ ତା ହେଲେ କୌଣସି ଗୁରୁତର ରୋଗୀଙ୍କ ଅବସ୍ଥା ଆଜି କଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ ।ଏ ନେଇ ଆଗାମୀ ଦିନରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ।
Sign in
Sign in
Recover your password.
A password will be e-mailed to you.