ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ପକ୍ଷରୁ “ସବୁଜାୟନ” କାର୍ଯ୍ୟକ୍ରମ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ (ପଞ୍ଚାୟତ )ରେ “ସବୁଜାୟନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗୁରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବାଳକ ବିଦ୍ୟାଳୟ ପରିସର ମଧ୍ଯରେ , ଜିଲ୍ଲା ସଂଗଠକ, ବ୍ଲକ ସଂଗଠକ , ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଦ୍ୟାଳୟର ଅନ୍ତେଃବାସୀଙ୍କ ମିଳିତ ସହଯୋଗ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଆଭିମୁଖ୍ଯ ସମ୍ବନ୍ଧ ରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଗୁରାଣ୍ଡି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଶିଳ୍ପା ପାତ୍ର , ବର୍ଷିୟାନ ସଂଗୀତ ବିଷାରଦ ଶ୍ରୀ ଗଣପତି ରାଉତ , ପୂର୍ବତନ ସରପଞ୍ଚ ପୀତବାସ ସାମଲ , ବରିଷ୍ଠ ନାଗରିକ ଅର୍ଜୁନ ଦଳେଇ , ଭଗବାନ ବେହେରା , ସଚ୍ଚିଦାନନ୍ଦ ପଣ୍ଡିତ , ସଂସ୍କୃତି ସଂଗଠିକା ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
ସବୁଜାୟନ କାର୍ଯ୍ୟକ୍ରମ ରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଗଜପତି ଜିଲ୍ଲା ଶାଖାର ଉପସଭାପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା , ସଂପାଦକ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ , ସଂପର୍କ ସେତୁ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଥ ଏବଂ ଲୋକ ସଂସଦର ଦକ୍ଷିଣ ସମ୍ଭାଗର ସଂପାଦିକା ଡ.କଲ୍ୟାଣୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ଯ ମଣ୍ଡିତ କରିବା ନିମନ୍ତେ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମଟି ଗୋଷାଣୀ ବ୍ଲକ ର ନୂତନ ଆଜୀବନ ସଦସ୍ଯ ଅଧ୍ୟାପକ ରାଜେଶ କୁମାର ପାତ୍ର , ନିର୍ମଳ ଚନ୍ଦ୍ର ଭୂୟାଁ ଏବଂ ଅଧ୍ୟାପିକା ସୁନିତା ବେହେରାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.