ବିଜେପୁର /ବରଗଡ:-ବରଗଡ଼ ସର୍କିଟ ହାଉସ ଠାରେ ରାଜସ୍ବ ଏବଂ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ବହୁ ଜନସାଧାରଣ ତଥା ସଂଗଠନ ମାନେ ସିଧାସଳଖ ମନ୍ତ୍ରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ | ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତୀଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏସପି ଓ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ । ଚାଷୀ ସମସ୍ୟା, ରୋଗୀଙ୍କ ସହାୟତା,ଭତ୍ତା, ବୃଦ୍ଧ ବୃଦ୍ଧାଙ୍କ ସମସ୍ୟା, ସହ ଅନେକ ସମସ୍ୟା ନେଇ ଜନସାଧାରଣ ମାନେ ଆସିଥିଲେ | ପ୍ରାୟ ୧୫୦ ଜଣଙ୍କ ଅଭିଯୋଗ ଶୁଣିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଝାରୀ ସ୍ବାସ୍ଥ୍ୟ ସମସ୍ୟା ରୋଗୀ ମାନଙ୍କୁ ବଡ ବଡ ଡାକ୍ତରଖାନା ମାନଙ୍କରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିଶୃତି ଦେବା ସହ ଚାରିଜଣ କ୍ୟାନ୍ସର ପୀଡିତ ମାନଙ୍କୁ ଚେକ ମଧ୍ଯ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.