ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଦ୍ୱିତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଦ୍ୱିତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଗଙ୍ଗାଧର ସ୍ଵାଇଁ,ଲିଙ୍ଗରାଜ ସେଠୀ,ଶୀତଳ ପ୍ରସାଦ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା, ସୁଚରିତା ଗୌଡ଼,ଏଫ୍ଏଲ୍ଏନ୍ ଶିକ୍ଷକ ଜଗନ୍ନାଥ ପାଇକ, ଝାପଲ ମାରାଣ୍ଡି, ଦାଶରଥି ସେଠୀ, ଶିକ୍ଷୟିତ୍ରୀ ସୁନେଲି ସ୍ୱାଇଁ,ସାନୁଜା ନାୟକ, ପୁଷ୍ପାଞ୍ଜଳି ପାଢୀ, ମିନି ସେଠୀ, ଅଳକା ମହାପାତ୍ର,ପିଙ୍କି ଦଳାଇ, ସିପ୍ରାସିନ୍ଧୁ ସ୍ୱାଇଁ,ମାନସୀ ନାୟକ ,ଆରତୀ ପାତ୍ର, ରଶ୍ମିରେଖା ମଲ୍ଲିକ୍ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକରେ ବିଦ୍ୟାଳୟ ସ୍ତରରେ ଶିଶୁ ବାଟିକା,ବିଦ୍ୟା ପ୍ରବେଶ,ଅଗଷ୍ଟ ମାସର ଶୈକ୍ଷିକ କ୍ଯାଲେଣ୍ଡର୍ ସମ୍ପର୍କରେ ଆଲୋଚନା କରାଯାଇଥିଲା I ବୈଠକକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ପରିଦର୍ଶନ କରି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିବା ସହିତ ମାସିକ ବୈଠକ ପରିଚାଳନାରେ ସନ୍ତୋଷ ବ୍ୟକ୍ତ କରିଥିଲେ I ବୈଠକରେ ଜିଲ୍ଳା ଶିକ୍ଷକ ପ୍ରତିଷ୍ଠାନ ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରମାଣିକ ଉପସ୍ଥିତ ରହି ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ଯଥାକ୍ରମେ ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ ନାୟକ, ହରେକୃଷ୍ଣ ଶତପଥି, ସୁଧୀର କାନ୍ତ ତ୍ରୀପାଠୀ, ଅନନ୍ତ ସେଠୀ,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ, ଜିତେନ୍ଦ୍ର ସାହୁ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.
Prev Post