ଭିଜନ ଡକ୍ୟୁମେଣ୍ଟ ୨୦୩୬ର ପ୍ରସ୍ତୁତି –

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ କଳ୍ପିତ ଗଜପତି ୨୦୩୬ ର ରୂପରେଖ କିପରି ହେବ ତାହାର ଏକ ପ୍ରସ୍ତୁତି ପାଣ୍ଡୁଲିପିର ସବିଶେଷ ଆଲୋଚନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ଅନୁମୋଦନ କ୍ରମେ ଏହା ର ମୁଦ୍ରଣ ପାଇଁ ଭୁବନେଶ୍ୱର ପଠାଯିବ।
ଏହି ବୈଠକରେ ଗଜପତି ଜିଲ୍ଲାର ଭୋତିକ , ଆଧ୍ୟାତ୍ମିକ ବୌଦ୍ଧିକ , ବିକାଶ ନିମନ୍ତେ ଉପସ୍ଥିତ କାର୍ଯ୍ୟନିର୍ବାହୀ ସଦସ୍ୟ / ସଦସ୍ୟା ଉପସ୍ଥିତ ରହି ନିଜ ନିଜର ବିକାଶ ମୂଳକ ଚିନ୍ତାଧାରା ବ୍ୟକ୍ତ କରିଥିଲେ। ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କ ଆଲୋଚନା ରେ ସଭ୍ୟ , ସଭ୍ୟା ସେମାନଙ୍କର ଭୂମିକା ଓ ସୁଚିନ୍ତିତ ମତାମତ ସାଦରେ ଗ୍ରହଣ କରାଯିବା ସହ ଏହି ୫୭ ଗୋଟି ମୂଲ୍ୟବାନ ପ୍ରସ୍ତାବ ଗୁଡ଼ିକ ଗୋଟିଏ ପୁସ୍ତିକା ଆକାରରେ ମୁଦ୍ରଣ କରି କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମ୍ପାଦନା ମଣ୍ଡଳୀ ଦ୍ଵାରା ଭିଜନ ଡକୁମେଣ୍ଟ ୨୦୩୬ ୧୫ଦିନ ମଧ୍ୟରେ ସମାପ୍ତ ହେବ।
ଏହି କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ଗନ୍ତାୟତ , ଅଶ୍ଵିନୀ ପାଢ଼ୀ , ସାରାଳାଦେବ ପଟ୍ଟନାୟକ , ଅଶାଲତା ପାଣିଗ୍ରାହୀ , ଭାରତ ଭୂଷଣ ମହାନ୍ତି , ବିଚିତ୍ରାନନ୍ଦ ବେବର୍ତ୍ତା , ଭାଗବତ ପାଢୀ , ବିନୋଦ ଚନ୍ଦ୍ର ଜେନା , ଶରତ ଚନ୍ଦ୍ର ସାହୁ , ପ୍ରମୋଦ ଚନ୍ଦ୍ର ପାଢୀ , ତ୍ରିପତି ପ୍ରସାଦ ପଣ୍ଡା , ସୁଶୀଳ ପଣ୍ଡା , ଭେଙ୍କେଟ ରାଓ ପାତ୍ର ପ୍ରମୁଖ ଯୋଗଦେଇ ନିଜସ୍ଵ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.