ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବାଲ୍ୟବିବାହ ଏବଂ ଶୈଶବ ମାତୃତ୍ବ କୁ ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ “ଗୋଷ୍ଠି ସ୍ତରୀୟ ପରାମର୍ଶ ତଥା ସଚେତନା ମୂଳକ ବୈଠକ”ପ୍ରତ୍ୟେକ ସ୍ତରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି , ଯେଉଁଥିରେ ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତିଙ୍କୁ ତାଙ୍କ ଦାୟିତ୍ବ ଓ ଭୁମିକା ଉପରେ ସଚେନତନା କରିବା ସହ ଏକ ଖସଡ଼ା ପ୍ରସ୍ତୁତ କରାଯିବ।
ପ୍ରଥମେ ଏହି କାର୍ଯ୍ୟକ୍ରମ ପଞ୍ଚାୟତ ସମିତିରେ , ଅଧ୍ୟକ୍ଷକଙ୍କ ଅଧ୍ୟକ୍ଷତାରେ କରାଯିବ , ପରବର୍ତ୍ତି ସମୟରେ ଜିଲ୍ଲା ସ୍ତରରେ ଏବଂ ପ୍ରତି ପଞ୍ଚାୟତ ସ୍ତରରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ମୁଖ୍ୟତଃ ଶିଶୁ ସୁରକ୍ଷାକୁ ପଞ୍ଚାୟତ ସ୍ତରରେ ପ୍ରସ୍ତୁତ ହେଉଥିବା ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ କିପରି ସ୍ଥାନ ପାଇବ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ବାଲ୍ୟବିବାହ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନିର୍ଦ୍ଦେଶବଳୀରେ ପଞ୍ଚାୟତ ନିର୍ବାହି ଅଧିକାରୀ , ଆବାସିକ ବିଦ୍ୟାଳୟର ଅଧିକ୍ଷିକା , ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ଦାୟିତ୍ବ ଏବଂ ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯିବ।
ଉପରୋକ୍ତ ନିଷ୍ପତ୍ତି ଯୋଗୁଁ ପ୍ରତି ପଞ୍ଚାୟତ ସମିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯେଉଁଥିରେ ବ୍ଲକ ଅଧ୍ୟକ୍ଷ , ଗୋଷ୍ଠି ଉନ୍ନୟନ ଅଧିକାରୀ , ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ , ବ୍ଲକ୍ ଶିକ୍ଷା ଅଧିକାରୀ , ସମସ୍ତ ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ମହିଳା ପରିଦର୍ଶୀକା , ଛାତ୍ରାବାସ ଅଧିକ୍ଷିକା (ଅନୁସୂଚିତ ଜନଜାତି ଏବଂ ଜାତି) ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା କରାଯାଉଛି, ଯାହାକି ଆଜି ଦିନ ସୁଦ୍ଧା ସମସ୍ତ ପଞ୍ଚାୟତ ସମିତିରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି।
ପ୍ରତ୍ୟେକ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ଯେ ତାଙ୍କ ପଞ୍ଚାୟତରେ ଶିଶୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ଗ୍ରାମସଭାରେ ଅନୁମୋଦନ କରି ପୋର୍ଟାଲ୍ ରେ ସ୍ଥାନ ଦେବେ ଯାହାକି ଆଗାମୀ ଦିନରେ ପଞ୍ଚାୟତର ଅନବନ୍ଧିତ ଅନୁଦାନ(Untied Grant)ର ଶତକଡା ୫ ପ୍ରତିଶତରୁ ଖର୍ଚ୍ଚ ହେବ। ଯେପରିକି ପଞ୍ଚାୟତରେ ବିଦ୍ୟାଳୟରୁ ଶିକ୍ଷା ନିବୃତ୍ତ ହେଉଥିବା ଶିଶୁ ସଂଖ୍ୟା କମିବ , ବାଲ୍ୟବିବାହ ସମ୍ପୂର୍ଣ୍ଣ ଭାବେ ରୋକାଯାଇପାରିବ , ଶୈଶବ ଅବସ୍ଥାରୁ ମାତୃତ୍ବ କୁ ମଧ୍ୟ ରୋକାଯାଇପାରିବ ଏବଂ ଉଚ୍ଚଶିକ୍ଷା , ବୈଷୟିକ ଶିକ୍ଷାପାଇଁ ସମସ୍ତ ଶିଶୁଙ୍କୁ ଆର୍ଥିକ ସହଯୋଗ କିପରି ପାଇବେ ତାହାରି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ରାଜ୍ୟ ସରକାରଙ୍କର ବିଭିନ୍ନ ଶିଶୁ ସୁରକ୍ଷା ଯୋଜନା ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସଚେତନତା ଏବଂ ଜିଲ୍ଲା ସ୍ତରରୁ କିପରି ଏହି କାର୍ଯ୍ୟକୁ ତଦାରଖ କରାଯିବ ତାହାରି ଉପରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଉପରୋକ୍ତ କାର୍ଯକ୍ରମ ଜିଲ୍ଲାର ପଞ୍ଚାୟତ ସମିତି ମାନଙ୍କରେ ହୋଇଥିବା ବୈଠକ ସେହି ପଞ୍ଚାୟତ ସମିତିର ଅଧ୍ୟକ୍ଷକଙ୍କ ଅଧ୍ୟକ୍ଷତାରେ ହୋଇଥିଲାବେଳେ ପ୍ରତ୍ୟେକ କାର୍ଯକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ସମନ୍ଵିତ ସଂସ୍ଥା , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ , ସୁରକ୍ଷା ଅଧିକାରିଣୀ (ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ) , ଶିଶୁ ବିକାଶ ଯୋଜନା ଅଧିକାରିଣୀ , ଅରୁଣା ସ୍ଵେଚ୍ଛା ସେବୀ ସଂସ୍ଥାର ସହ ପ୍ରତିଷ୍ଠାତା ଶ୍ରୀ ସତ୍ୟ ରଞ୍ଜନ ସାହୁ ଓ ସଦସ୍ୟ ସଚିବ ଶ୍ରୀ ଲୋକନାଥ ମିଶ୍ର ତଥା ସି ଆର୍ ଏସ୍ ରୁ କୁମାରୀ ସୁସ୍ମିତା ଭୋଇ ଯୋଗ ଦେଇ ଶିଶୁ ସୁରକ୍ଷା ଦିଗରେ ପଞ୍ଚାୟତର ସମ୍ପୃକ୍ତକୁ ଗୁରତ୍ଵ ଆରୋପ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post