ପି.ଏମ୍ କିଷାନ ଯୋଜନାର ୨୦ତମ କିସ୍ତି ପ୍ରଦାନ: ପୁରୀରେ ଜିଲ୍ଲାସ୍ତରୀୟ ଉତ୍ସବ

4

ପୁରୀ, ୨/୮: ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ପି.ଏମ୍ କିଷାନ ଯୋଜନାର ୨୦ତମ କିସ୍ତି ଉପଲକ୍ଷେ ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷକ ଉନ୍ନତି ପାଇଁ ସରକାରଙ୍କ ପ୍ରତିଶ୍ରୁତି ଉଲ୍ଲେଖ କଲେ। ସେ କହିଥିଲେ ଯେ ଧାନ ନିକାସ ବେଳେ ପ୍ରତି କ୍ୟୁଣ୍ଟାଲ ୮୦୦ ଟଙ୍କା ଅତିରିକ୍ତ ଦିଆଯାଇଛି।ଏହି କିସ୍ତିରେ ପୁରୀ ଜିଲ୍ଲାର ୧,୬୦,୫୨୬ କୃଷକ ₹୨,୦୦୦ ହିସାବରେ ମୋଟ ₹୩୨.୧୦ କୋଟି ଆର୍ଥିକ ସହଯୋଗ ଲାଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସତ୍ଯବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା, ଡଃ ସୂର୍ଯ୍ୟ କୁମାର ମିଶ୍ର (KVK), ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପକରଣ ବଣ୍ଟନ, କୃଷି ଉଦ୍ୟୋଗ ଯୋଜନାର ଗୋ-ଆହେଡ ସାର୍ଟିଫିକେଟ, ଏବଂ ଉପଦେଶମୂଳକ ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଅଧିକରେ ୨୦୦ ଜଣ କୃଷକ ଉପସ୍ଥିତ ଥିଲେ।

Leave A Reply

Your email address will not be published.