ଜ୍ଞାନ ବିଜ୍ଞାନ ମେଳା ୨୫-୨୬

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ଦିନ) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ସଭାପତି ଶ୍ରୀ ସୁବାଷ ଜମାଦାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଏ. ରବି କୁମାର , ବିଦ୍ୟାଳୟର ପରିଚାଳନା କମିଟିର ଉପ-ସଭାପତି ଶ୍ରୀ ସଞ୍ଜୟ ଜେନା , ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖରଙ୍କ ପଟ୍ଟନାୟକ , ସହ-ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ରଥ , କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ପାଢ଼ୀ , ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ , ଶ୍ରୀମତୀ ସବିତା ଗମାଙ୍ଗ ,
ବିଦ୍ୟାଳୟର ବରିଷ୍ଠ ଉପଦେଷ୍ଟା ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଆଜିକାର ବିଜ୍ଞାନ ମେଳାରେ ମୋଟ ୧୫୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପାରଳାଖେମୁଣ୍ଡି ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ପରିଦର୍ଶନ କରିଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଶେଷରେ ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଯଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ପ୍ରମୋଦ କୁମାର ରଥ , ଶ୍ରୀ ହରିକୃଷ୍ଣ ମିଶ୍ର , ଶ୍ରୀ ହରିନାଥ ପାତ୍ର , ଶ୍ରୀ ଆନନ୍ଦ ଶତପଥୀ , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀ ସରୋଜ ଗୌଡ , ଶ୍ରୀ ମହେଶ ପାଢ଼ୀ , ଶ୍ରୀ ଗୋପାଳକୃଷ୍ଣ ପାଟ୍ଟଯୋଶୀ , ଶ୍ରୀମତୀ ଜି. ଶ୍ରୀଲକ୍ଷ୍ମୀ , ଶ୍ରୀମତୀ କବିତା ରାଉତ ପ୍ରମୁଖ ବିଚାରକ ରୂପେ ଯୋଗଦେଇ ସର୍ବୋତ୍ତମ ପ୍ରକଳ୍ପ ଚୟନ କରିବାରେ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାନଙ୍କର ସହଯୋଗ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Leave A Reply

Your email address will not be published.