ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ପଞ୍ଚାୟତ ସାଏଙ୍ଗ ଗ୍ରାମ ରୁ ଆସିଛି ଏକ ଅଭାବନୀୟ ଘଟଣା l ପ୍ରେମ ପାଇଁ ଆତ୍ମହତ୍ୟା କରିଛି ଜଣେ +୨ ନାବାଳିକା ଛାତ୍ରୀ, ସୂଚନା ମୁତାବକ ଏହି ଗ୍ରାମ ର ଅଜୟ ସ୍ୱାଇଁ ଓ ମାନସୀ ସ୍ୱାଇଁ ଙ୍କ ନାବାଳିକା ଝିଅ ରତନପୁର କଲେଜ ରେ +୨ ପାଠ ପଢୁଥିଲେ, ହେଲେ କଲେଜ ପଢିବା ଭିତରେ,ଅସ୍ତରଙ୍ଗ ବ୍ଲକ ରାଇକଣା ଗ୍ରାମ ର ଅଶୋକ ସ୍ୱାଇଁ ଙ୍କ ପୁଅ ସହ ପ୍ରେମ ସମ୍ପର୍କ ରେ ରହିଥିଲେ, ମାତ୍ର ୨ ଜଣଙ୍କ ଭିତରେ କିଛି ଅପ୍ରୀତିକର ଘଟଣା ଘଟିଛି ଯାହା ପରିବାର ଲୋକ ଙ୍କ ତରଫରୁ ଜଣାପଡୁଛି lଏହି ଘଟଣା କୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନ ରେ ମାନସୀ ଙ୍କ ନାବାଳିକା ଝିଅ ଘର ଭୀତରେ ମା ଙ୍କ ପିନ୍ଧା ଲୁଗା କୁ ବେକରେ ଲଗାଇ ଆତ୍ମହତ୍ୟା କରୁଥିବା ବେଳେ ପରିବାର ଲୋକ ତାଙ୍କୁ ଗୁରୁତ୍ୱର ଅବସ୍ଥା ରେ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରିଥିଲେ l ସେଠି ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହେବାରୁ, ଶେଷରେ କଟକ ବଡ ମେଡିକାଲ ନିଆଯାଇଥିଲା, ମାତ୍ର ସେଠି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମାନସୀ ଙ୍କ ୧୫ ବର୍ଷୀୟା ନାବାଳିକା ଝିଅ l ଆତ୍ମହତ୍ୟା ପୂର୍ବରୁ ପ୍ରେମିକ ରିଙ୍କୁ ସ୍ୱାଇଁ ଙ୍କ ସହ କଥା ହୋଇଥିଲେ ମାନସି ଙ୍କ ଝିଅ, ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ପ୍ରକାର ଭାବବିହୋଳ ପରିବେଶ ସୃଷ୍ଟି ହୋଇଛି, ମୃତ୍ୟୁବରଣ କରିଥିବା ଝିଅ ର ବାପା ଅଜୟ ସ୍ୱାଇଁ ଜଣେ କୀଡୀନି ରୋଗୀ, ଗାଁ ବିଦ୍ୟାଳୟ ସାମ୍ନା ରେ ଏକ ପାନ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ଓ ସେଥିରେ ସେ ମଧ୍ୟ ଡାଇଲାସିସ୍ ମଧ୍ୟ ହୁଅନ୍ତି lମାତ୍ର କମ ବୟସ ରେ ପ୍ରେମ ରେ ନାବାଳିକା ଝିଅ ଫସି ଏହିଭଳି ଘଟଣା ଘଟାଇଥିବାରୁ ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ ଓ ଆତ୍ମୀୟସୋଜନlଯାହାକୁ ନେଇ ଅସ୍ତରଙ୍ଗ ଥାନା ରେ ଲିଖିତ ଅଭିଯୋଗ ହେବା ପରେ, ଥାନା ତରଫରୁ ମାମଲା ପଞ୍ଜିକରଣ ହୋଈ ତଦନ୍ତ ଆରମ୍ଭ ହୋଇଛି l
Sign in
Sign in
Recover your password.
A password will be e-mailed to you.