ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା , ବିଜେପି ମଣ୍ଡଳ ସଭାପତି ଜୋନ ୧ ଜଗଦୀଶ ଭତରା ଓ ଜୋନ ୨ ମନୋଜ ପାତ୍ର (ପାପୁ) ପ୍ରମୁଖ ଯୋଗ ଦେଇଥିଲେ।ଏହି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ରେ ବ୍ଲକ ର ୨୪ ଟି ମହିଳା ସ୍ଵୟଂ ସହାୟକ ଦଳ ର ମା ମାନେ ଯୋଗ ଦେଇ ବିଭିନ୍ନ ପାରମ୍ପାରିକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଯେଉଁ ପାରମ୍ପାରିକ ଖାଦ୍ୟ ବଜାର ରୁ ଉଭାନ ହୋଇଯାଇଛି ସେଗୁଡିକୁ ପୁନର୍ବାର ଉଜ୍ଜୀବିତ କରି ବଜାର ରେ ତାର ଚାହିଦା ବଢ଼ାଇବା ସହ ମା ମାନଙ୍କ ପାଇଁ ଏହା ରୋଜଗାର ର ପନ୍ଥା ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ଏଥି ନିମନ୍ତେ ମହିଳା ଏସ ଏଚ ଜି ମାନଙ୍କୁ ପ୍ରୋତ୍ସାହନ ସହ ଉତ୍ସାହିତ କରୁଛନ୍ତି। ଏଥିରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଦୁଇଟି ଏସ ଏଚ ଜି ଙ୍କୁ ଯଥାକ୍ରମେ ୫ ହଜାର ଓ ୪ ହଜାର ଟଙ୍କା ପୁରସ୍କାର ରାଶି ସହ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଜିପିଇଓ ପଦ୍ମନାଭ ଭାଲ୍ଲା ,ସିଡିପିଓ ମିନତି ଦାଶ,ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,ବୁଲୁ ମହାଙ୍କୁଡ,ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏସ ଏଚ ଜି ମହିଳା, ସି ଆର ପି, ଏମ ବି କେ ସହ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପିଇଓ ଏଡି ପ୍ରସାଦ ପରିଚାଳନା କରିଥିଲେ।

Leave A Reply

Your email address will not be published.