ସୁଜିତ ଜେନାଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୧୦୮ୟୁନିଟ ରକ୍ତ ସଂଗ୍ରହ ହେଲା

0

କେନ୍ଦୁଝର,ତା୧୦/୬- କେନ୍ଦୁଝର ସଲିଡ଼ ଜିମନାଟିର ପୂର୍ବତନ ଟ୍ରେନର ସୁଜିତ ଜେନାଙ୍କ ଅସମୟ ତିରୋଧାନ ପରିପେକ୍ଷୀରେ ଆଜି କେନ୍ଦୁଝର ମାଇନିଂ ରୋଡ଼ ସଲିଡ଼ ଜିମନାଟିର ଟ୍ରେନି ଯୁବକଯୁବତୀଗଣ ନିଜର ପ୍ରିୟ ଟ୍ରେନରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ୧୦୮ୟୁନିଟ ରକ୍ତ ଜିଲ୍ଲା ରକ୍ତକେନ୍ଦ୍ରକୁ ମାନବ କଲ୍ୟାଣ ନିମନ୍ତେ ପ୍ରେରଣ କରିଥିଲେ। ସ୍ବର୍ଗତ ସୁଜିତଙ୍କ ଦ୍ୱାରା ତାଲିମପ୍ରାପ୍ତ ହୋଇ ଆଜି ସହର ତଥା ଜିଲ୍ଲାର ବହୁ ଯୁବବର୍ଗ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି। ୱାସୀମ ନାୟାର, ସିଦ୍ଧାର୍ଥ ଚକ୍ର, ସିରାଜୁଲ ଇସଲାମ, ସୌରଭ ରାମ, ସମିତ୍ର ସାହୁ, ସତ୍ୟବାନ ବରୀ, ଲକି, ଲିପୁ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ। ଜିମ ଇଣ୍ଡିଆ ମ୍ୟାନେଜମେଣ୍ଟ ଏହି ମହତ କାର୍ଯ୍ୟ ପାଇଁ ସମ୍ପୂର୍ଣ ସହଯୋଗ ପ୍ରଦାନ କରିଥିଲେ। ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ରମାକାନ୍ତ ମୁଣ୍ଡା, ଏଲଟି ଗୌରୀ ଶଙ୍କର ମଲ୍ଲିକ, ଟୁଲୁ ମହାନ୍ତ, ଶଙ୍କର ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.