ତାତିଲେଣି ୫ ମୌଜାର ଗ୍ରାମବାସୀ : ପଟ୍ଟା ସଂଶୋଧନ ନହେଲେ ଆନ୍ଦୋଳନ

0

ଗୁଣୁପୁର(ସିଦ୍ଧାର୍ଥ ଦାଶ) : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ପୁରୁଣା ବସତି  ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଲାଗି ଦାବି ହୋଇଛି। ଏନେଇ କତୁରୁ, ନୂଆଗାଁ, ବିକ୍ରମପୁର, କାମ୍ପଗୁଡା, ବେବର୍ତ୍ତା ଢ଼େପ, ପୁରୁଣା ଗୁଣପୁର ଆଦି ମୌଜା ର ଗ୍ରାମବାସୀ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଏକ ବୈଠକ କରିଥିଲେ । ପଟ୍ଟାରେ ଉଲ୍ଲେଖ ଥିବା ହସ୍ତାନ୍ତର ଯୋଗ୍ୟ ନୁହଁ କୁ ତୁରନ୍ତ ବାଦ ଦେବା କୁ ଦାବି କରାଯାଇଛି। ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନ କରିବୁ ବୋଲି ନିଷ୍ପତ୍ତି ନେଇଛନ୍ତି। 1980 ରେ କତୁରୁ, ନୁଆଗାଁ, ବିକ୍ରମପୁର, କାମ୍ପଗୁଡ଼ା, ବେବର୍ତ୍ତା ଢ଼େପ, ପୁରୁଣା ଗୁଣପୁର ଆଦି ମୌଜା ରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିଲା। ପରେ ସରକାରଙ୍କ ଦ୍ଵାରା ଘର ଡିହ  ପଟ୍ଟା ଗୁଡିକରେ ଏହା ହସ୍ତାନ୍ତର ଯୋଗ୍ୟ ନୁହଁ ବୋଲି ଲେଖାଯାଇଥିଲା। ଫଳରେ ଖାତାଦାର ଙ୍କ ନାମ ପରିବର୍ତ୍ତନ ହୋଇପାରୁ ନ ଥିଲା। ଏପରିକି 2014 ମସିହାରୁ ଘରଡିହ କ୍ରୟ ବିକ୍ରୟ ମଧ୍ୟ  ବନ୍ଦ ହୋଇଯାଇଥିଲା। ଫଳରେ ଲୋକମାନେ ନିଜର ଆବଶ୍ୟକ ସମୟରେ ଭୂସମ୍ପତ୍ତି ଗୁଡିକୁ କ୍ରୟ ବିକ୍ରୟ କରିପାରୁନାହାଁନ୍ତି। ଯାହା କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ଦେଖା ଦେଇଛି।

Leave A Reply

Your email address will not be published.