ଓଡ଼ଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣରେ ପଛୁଆବର୍ଗଙ୍କୁ ଅଣଦେଖା

0

ଓଡ଼ଗାଁ,୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ନିର୍ବାଚନ ପାଇଁ କରାଯାଇ ଥିବା ପ୍ରସ୍ତାବିତ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆବର୍ଗର ଜାତି ସମୂହଙ୍କ ପ୍ରତି ଅଣଦେଖା କରାଯିବା ଘଟଣାକୁ ନେଇ ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଥିବା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି l ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଗତ ୧୯ ମେ ପ୍ରକାଶିତ ଆସନ ସଂରକ୍ଷଣ ତାଲିକାରେ ପାଛୁବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ରହିଥିବାବେଳେ ଗତ ୫ ଜୁନ ରେ ତାହା ସଂଶୋଧିତ ସଂରକ୍ଷଣ ତାଲିକାରୁ ବାଦ୍ ପଡ଼ିଛି।୨୦୨୨ ଓଡ଼ିଶା ସଂଶୋଧିତ ପୌର ଆଇନ ଆଳ ଦେଖାଇ ପଛୁଆବର୍ଗଙ୍କୁ ଆସନ ସଂରକ୍ଷଣ ତାଲିକାରୁ ବାଦ ଦେଇ ସେମାନଙ୍କର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।ଜାତୀୟ ସ୍ତରୀୟ ଚାକିରୀ କ୍ଷେତ୍ରରେରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ଏବଂ ଓଡିଶା ରାଜ୍ୟରେ ୧୧.୫ ପ୍ରତିଶତ ସଂରକ୍ଷଣ ଭଳି ସାମ୍ବିଧାନିକ ଅଧିକାର କାର୍ଯ୍ୟକାରୀ ହେଉଥିବା ବେଳେ ଓଡଗାଁ ଏନଏସି ନିର୍ବାଚନ ୱାର୍ଡ ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦେବା ନିଷ୍ପତି ପଛୁଆବର୍ଗ ଜାତି ସମୂହଙ୍କ ସାମ୍ବିଧାନିକ ଗଣତାନ୍ତ୍ରିକ ଏବଂ ରାଜନୈତିକ ଅଧିକାରୁ ବଞ୍ଚିତ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କଂଗ୍ରେସ ପକ୍ଷରୁ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୁହାଯାଇଛି l ସମ୍ପ୍ରତ୍ତି ସମଗ୍ର ଦେଶରେ “ଯେଉଁ ଜାତିର ସଂଖ୍ୟା ଯେତେ, ତାର ଭାଗ ସେତେ”ପ୍ରସଙ୍ଗରେ ଜାତି ଜନଗଣନା ଉପରେ କେନ୍ଦ୍ର କ୍ୟାବିନେଟ ମୋହର ବାଜି ସlରିବା ପରେ ପଛୁଆବର୍ଗଙ୍କ ରାଜନୈତିକ ଅଧିକାର କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦୁଇଦୁଇଟା ସଂରକ୍ଷିତ ତାଲିକା ପ୍ରକାଶ କରି ଅଣଦେଖା କରିବା ଏକ ଆଇନଗତ ପ୍ରଶ୍ନ ବୋଲି କଂଗ୍ରେସ ନେତା ଶ୍ରୀ ଦାଶ କହିଛନ୍ତି।ରାଜ୍ୟରେ ଗତ ପୌର ନିର୍ବାଚନ ଏବଂ ଗ୍ରାମ ପଞ୍ଚାୟତ ନିର୍ବାଚନ ରେ ପଛୁଆବର୍ଗଙ୍କ ପାଇଁ ନିର୍ଦ୍ଧାରିତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ କାହିଁକି ନୁହେଁ ।ଆସନ୍ତା କାଲି ସୋମବାର ଜିଲ୍ଲାପାଳଙ୍କୁ ଏ ନେଇ ସ୍ମାରକପାତ୍ର ପ୍ରଦାନ କରାଯିବ l ଆବଶ୍ୟକ ପଡିଲେ ପଛୁଆବର୍ଗ ଜାତି ମାନଙ୍କ ରାଜନୈତିକ ଅଧିକାର ଛଡାଇ ନିଆଯାଏ ତେବେ କଂଗ୍ରେସ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି l

Leave A Reply

Your email address will not be published.