ଜାତୀୟ ରାଜପଥ ସମସ୍ୟା ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

0

 

ବାରିପଦାରୁ ଦିଲ୍ଲୀପ ମହାନ୍ତି – ଭାଜପାର ମୟୂରଭଞ୍ଜ ଜିଲା ବରିଷ୍ଠ ନେତା ଜୀବନ ସାହୁ ଓ ମୟୂରଭଞ୍ଜ ପଶ୍ଚିମ ଜିଲା ସଭାପତି ନବୀନ ରାମଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିବ ମହାନ୍ତି, ନବ ଚରଣ ମାଝି, ମନୋଜ ଦାସ, ଜିଲାପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆଜି ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ତାଙ୍କର ଆବାସିକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଜିଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା ସହିତ ଶିମିଳିପାଳ ଇକୋଟୁରିଜିମର କାର୍ଯ୍ୟଦକ୍ଷତା, ବାମନଘାଟି ଓ ପାଞ୍ଚପୀଢ଼ ଉପଖଣ୍ଡରେ ବ୍ୟାପକ ଅବ୍ୟବସ୍ଥା ଯଥା ଚିକିତ୍ସାଳୟରେ ରୋଗୀ ସେବାରେ ଦେଖା ଦେଇଥିବା ଅଚଳାବସ୍ଥା, ଶିକ୍ଷକ ସମସ୍ୟା, ବ୍ଲକମାନଙ୍କରେ ବ୍ୟାପକ ଭାବେ ପିସି ଦୁର୍ନୀତି, ବାଦାମପାହାଡ଼-ଟାଟା ନଗର ରେଳ ଲାଇନ ସମ୍ପ୍ରସାରଣ ଆଦି ବିଭିନ୍ନ ସମସ୍ୟାଗୁଡ଼ିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

 ଜିଲାପାଳ ଶ୍ରୀମୀନା ମଧ୍ୟ ତୁରନ୍ତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ରାଜପଥ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ସଂଗେସଂଗେ ଭାଜପା ପ୍ରତିନିଧି ମଣ୍ଡଳୀଙ୍କର ଦାବି ଓ ସମସ୍ୟାଗୁଡ଼ିକୁ ଯଥା ଶୀଘ୍ର ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ମୟୂରଭଞ୍ଜ ଜିଲାରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ର ସଡ଼କ ଓ ପରିବହନ ବିକାଶ ମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ଦିଲ୍ଲୀରେ ସାକ୍ଷାତ ଜିଲାର ସମସ୍ତ ଜାତୀୟ ରାଜପଥର ବିକାଶ ଓ ଉନ୍ନତି କରଣ ନିମନ୍ତେ ଦାବି ଉପସ୍ଥାପନ କରାଇବେ ବୋଲି ଭାଜପାର ବରିଷ୍ଠ  ନେତା ଜୀବନ ସାହୁ ସୂଚନା ପ୍ରଦାନ କରିଛନ୍ତି । 

 

Leave A Reply

Your email address will not be published.