ଲିଙ୍ଗା ସୌରା ବାପ୍ତିଷ୍ଟ ଚର୍ଚ୍ଚ ର ପ୍ଲାଟିନମ ଯୁବୁଲି ଓ ନୂତନ ଚର୍ଚ୍ଚ ଗୃହ ଉଦଘାଟନ

0

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ଗ୍ରାମ ପଞ୍ଚାୟତ ଅଧୀନ ଲିଙ୍ଗା ଗ୍ରାମରେ ଲିଙ୍ଗା ସୌରା ବାପ୍ତିଷ୍ଟ ଚର୍ଚ୍ଚ ର ପ୍ଲାଟିନମ ଯୁବୁଲି ଓ ଚର୍ଚ୍ଚ ଉଦଘାଟିତ ହୋଇଯାଇଛି। ଲିଙ୍ଗା ଗ୍ରାମର ଆଦିବାସୀ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଆନନ୍ଦର ସହ ଏହାକୁ ପାଳନ କରିଥିଲେ।
ଆଚାର୍ଯ୍ୟ ଭାଗ୍ୟ ଗମାଙ୍ଗ ପତାକା ଉତ୍ତୋଳନ କରିଥଲେ। ଆଚାର୍ଯ୍ୟ ଲୁକ ନାୟକ , ଆଚାର୍ଯ୍ୟ ପିରଟ ଶବର , ଆଚାର୍ଯ୍ୟ ଏସୋ ଶବର , ଅସରିୟ କାର୍ଜୀ ପ୍ରମୁଖ ସଂକ୍ଷିପ୍ତ ବାକ୍ୟ ପରିବେଷଣ କରିଥିଲେ। ଆଚାର୍ଯ୍ୟ ବୋୟାଜ ମଣ୍ଡଳ ଫଳକ ଉଦଘାଟନ କରିଥିଲେ।
ନୂତନ ଚର୍ଚ୍ଚ ଗୃହ ଓ ପ୍ଲାଟିନମ ଜୁବୁଲି କୁ ପାଳକ ଆଚାର୍ଯ୍ୟ ତୁରମେନ୍ ଗମାଙ୍ଗ ଉଦଘାଟନ କରିଥିଲେ। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଏବଂ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଉକ୍ତ ଉଦଘାଟନ ସମାରୋହ ରେ ଯୋଗ ଦେଇ ଆଦିବାସୀ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ମଙ୍ଗଳ କାମନା କରି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।

Leave A Reply

Your email address will not be published.