ଓଡ଼ଗାଁ,୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ଠାରୁ କେବୁଲ ପୋତି ଓଡ଼ଗାଁ ବିଦ୍ୟୁତ୍ ସବଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ଲାଇନ ଜଙ୍କସନ କ୍ଷେତ୍ରରେ ପାଣିପସି ଆଣ୍ଠୁଏ ଆଣ୍ଠୁଏ ଗାଢ଼ ସୃଷ୍ଟି ହୋଇଛି । ଫଳରେ ସାମାନ୍ୟ ଅସାବଧାନତା ବସତଃ ରାସ୍ତା ପାର୍ଶ୍ଵକୁ କୈାଣସି ଗାଡ଼ି ଚାଲିଆସିବା ହେଉ ଅଥବା ସେହିପଥ ଦେଇ ସାହି ମଧ୍ୟକୁ କେହି ଯିବାଆସିବା କରିବା ସମୟରେ ଦୁର୍ଘଟଣା ଘଟିବାରେ ଲାଗିଛି । ଠିକାଦାର କାମସାରିବା ପାଇଁ ହାଲକା ଫୁଲକା ଭାବେ ମାଟି ପକାଇ ଗାତ ଗୁଡିକ ଉପରେ କଙ୍କ୍ରିଟ ପକାଇ ସମାନ କରି ଚାଲି ଯାଇଥିବା ବେଳେ ମୈ।ସୁମୀ ବର୍ଷା ପୂର୍ବରୁ କାଳବୈଶାଖୀ ବର୍ଷାର ପ୍ରଭାବରେ ଉକ୍ତ ସ୍ଥାନ ଗୁଡ଼ିକର ମାଟିଦବି ଆଣ୍ଠୁଏ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଛି । ନୟାଗଡ଼ ଠାରୁ ଓଡ଼ଗାଁ ଦେଇ ଭଞ୍ଜନଗର ଯାଇଥିବା ୨୧ ନମ୍ବର ରାଜ୍ୟ ରାଜପଥର କଲେଜ ବଜାର ଦେଇ ସବଷ୍ଟେସନକୁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ବିଦ୍ୟୁତ୍ ଲାଇନ ଜଙ୍କସନ ସ୍ଥାନ ମାନଙ୍କରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି । ପ୍ରାୟ ୫୦ ମିଟର ବ୍ୟବଧାନରେ ଏହି ଜଙ୍କସନ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାଣି ପସି ମାଟିଦବି ଯାଇଛି । କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆହୁରି ଅନେକ ଦୁର୍ଘଟଣା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
Sign in
Sign in
Recover your password.
A password will be e-mailed to you.
Next Post