ଫାଶୀମାଲ ରେ ବାଲି ମାଫିଆ ସକ୍ରିୟ, ନଦୀରୁ ଚୋରି ହେଉଛି ବାଲି

2

ଡବଲ ଇଂଜିନ ସରକାର ଙ୍କ ଡବଲ କ୍ଷତି କରୁଛନ୍ତି ବାଲି ମାଫିଆ

ଜମନକିରା ୨୩।୫(ଲିପନ ନାଏକ): ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ସରକାରି ନିୟମ ଅନୁଯାଇ ବାଲି, ମାଟି, ଗୋଡ଼ି, ପଥର ଭଳି ଖଣିଜ ପଦାର୍ଥ ଗୁଡିକ ମାଇନିଙ୍ଗ ଅଧୀନରେ ରହିଛି। ପୂର୍ବରୁ ଏହି ସବୁ ସାମଗ୍ରୀ ତହସିଲ ଅଧୀନରେ ଥିଲା ଯାହା ଫଳରେ ତହସିଲ ଏବଂ ଅର ଆଇ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ ଏବଂ ଯାଞ୍ଚ କରାଯାଇ ଲକ୍ଷାଧିକ ଟଙ୍କା ଫାଇନ ଆକାରରେ ରାଜସ୍ବ ପାଣ୍ଠିକୁ ପ୍ରଦାନ କରାଯାଉଥିଲା ହେଲେ ବର୍ତମାନ ମାଇନିଙ୍ଗ ବିଭାଗ କେବଳ ଅଫିସରେ ବସିରହିଯାଉଥିବା ଯୋଗୁଁ ଅନେକ ସ୍ଥାନରେ ବାଲି ମାଫିଆ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଏଭଳି କି ସମ୍ବଲପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ବାଲିମାଫିଆ ମାନେ ଖୁଲ୍ଲମ ଖୁଲ୍ଲା ବାଲି ଚୋରି କରୁଥିବା ମଧ୍ୟ ନଜରରେ ଆସିଛି ତା ମଧ୍ୟରେ ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଫାଶୀମାଲ ଅର ଆଇ ଅଧିନସ୍ଥ ଶଙ୍ଖା ଭାଙ୍ଗୁଣି ନଦୀ ଅନ୍ୟତମ ଏହି ନଦୀରୁ ବାଲି ମାଫିଆ ମାନେ ସକାଳ ପ୍ରାୟ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜେସିପି, ଟ୍ରାକ୍ଟର ଏବଂ ହାଇୱା ମାଧ୍ୟମରେ ବାଲି ଚୋରା ଚାଲାଣ ଖୁଲ୍ଲମ ଖୁଲ୍ଲା କରୁଛନ୍ତି। ଏପରିକି ଏହି ମାଫିଆଙ୍କ ଦ୍ୱାରା ଫାଶୀମାଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଲି ପାହାଡ଼ ମଧ୍ୟ ସୃଷ୍ଟି କରାଯାଇଥିବା ଦେଖିବାକୁ ମିଳିଛି।ଫାଶୀମାଲ ପଞ୍ଚାୟତ ଶଙ୍ଖା ଭାଙ୍ଗୁଣି ନଦୀ ବାଲି ଘାଟରୁ ବେଆଇନ ଭାବେ ଦିନ ରାତି ବାଲି ଚୋରା ଚାଲାଣ ହେଉଥିବା ବେଳେ କିଭଳି ଏହି ଘଟଣା ପ୍ରଶାସନର ନଜରକୁ ଆସୁନଥିବା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରୁଛିl ଏହି ନଦୀ ଘାଟରୁ ବାଲି ଚୋରା ଚାଲାଣ କରାଯାଇ ନିକଟସ୍ଥ ଦେ ଗାଁ ମନ୍ଦିର ସମ୍ମୁଖୀନ ପଡିଆରେ, ଏବଂ ଫାଶୀମାଲ ଗ୍ରାମର ବିଭିନ୍ନ ସ୍ଥାନରେ ହଜାର ହଜାର ଟ୍ରିପ ବାଲି ଗଛିତ କରାଯାଇଛି। ହେଲେ ବିଡମ୍ବନା ର ବିଷୟ ଏହିକି ଯେ ପ୍ରଶାସନିକ ଅଧିକାରୀଙ୍କ ନାକ ତଳେ ଏଭଳି ବେ ଆଇନ ଭାବେ ଏତେ ପରିମାଣରେ ବାଲି ଗଛିତ କରାଯାଇ ଏହାକୁ ମୋଟା ଅଙ୍କରେ ଝାରସୁଗୁଡା ବାଲି କହି ବିକ୍ରି କରାଯାଉଛି। ଜମନକିରା ବ୍ଲକ ଅଧିନସ୍ଥ ରେ ହେଉଥିବା ଅନେକ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ ଏହି ବାଲିର ବ୍ୟବହାର କରାଯାଉଛି ଓ ଠିକା ଦାର ଙ୍କ ଠାରୁ ବାଲି ଯୋଗାଇଦେବାକୁ ମୋଟା ଅଙ୍କରେ ଏହି ବାଲି ବିକ୍ରି କରାଯାଉଛି। ଗୋଟିଏ ପଟେ ରାଜସ୍ବ ହାନି କରାଯାଉଥିବା ବେଳେ ଅନ୍ୟ ପଟେ ଏହି ଚୋରା ବାଲିକୁ ସରକାରଙ୍କୁ ବିକ୍ରି କରାଯାଉଛି। ଯାହା ଫଳରେ ଡବଲ ଇଂଜିନ ସରକାରଙ୍କ ଡବଲ କ୍ଷତି ହେଉଛି l ଏହାକୁ ନେଇ ସମ୍ବଲପୁର ମାଇନିଂ ବିଭାଗ ଙ୍କୁ ବାରମ୍ବାର ଫୋନ ନମ୍ବର 9439512436 ରେ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ l

Leave A Reply

Your email address will not be published.