ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଚାଲିଥିବା ନୂତନ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।କାର୍ଯ୍ୟର ଅଗ୍ରଗତି ସହ ବିଦ୍ୟାଳୟ ର ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୦୨୨ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଘୋଡ଼ାଖୁଣ୍ଟା ଠାରେ ଏକଲବ୍ୟ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ସହ ଏହାର ଶୁଭ ଉଦଘାଟନ କରିଥିଲେ। ଏ ଅଞ୍ଚଳର ଆଦିବାସୀ ଛାତ୍ରଚାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସୁବିଧା ରହିଛି। ଆଇ ଟି ଡି ଏ ପକ୍ଷରୁ କରାଯାଉଥିବା ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟ ଅବଧି ସମ୍ପୂର୍ଣ ହୋଇଯାଇଥିବା ବେଳେ ଆଗାମୀ ଶିକ୍ଷା ବର୍ଷରୁ ସରକାର ଏହି ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖିଛନ୍ତି। ଯୋ ଦ୍ଵାରା ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇ ପାରିବେ । ଶିକ୍ଷାମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ପିଏ ଆଇଟିଡିଏ ରାଜୀବ କୁମାର ସାହୁ ,ବିଡିଓ ଶରତ ମାଝୀ,ବରିଷ୍ଠ ବିଜେପି ନେତା ଶୁଭଜିତ ପାଣିଗ୍ରାହୀ, ଡ଼ାବୁଗାଁ ମଣ୍ଡଳ ବିଜେପି ସଭାପତି ପାପୁ ପାତ୍ର, ବୋରିଗାଁ ମଣ୍ଡଳ ବିଜେପି ସଭାପତି ଜଗଦୀଶ ଭତରା,ବିଜେପି କର୍ମୀ ସତମନ ପୂଜାରୀ,ନରୁ ସିଂ,ମୁନା ପଣ୍ଡା,ବିଶ୍ଵନାଥ ମାଝୀ ଓ ରାଜେନ୍ଦ୍ର ବିଶୋଇ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.