ପଦ୍ମପୁର :- ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀ ଙ୍କ ଜନ୍ମୋତ୍ସବ ପାଳନ ଅବସରରେ ଚତୁର୍ଥ ସନ୍ଧ୍ୟାରେ ବୈଶାଖ ମେଳା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ତଥା ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କମିଟି ତରଫରୁ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳମାନଙ୍କୁ ନେଇ ଦୁଲକି ଥିଲା ମଣ୍ଡପ। ନୃସିଂହନାଥ ସ୍ଥିତ ମାର୍ଜାର କେଶରୀ ସାଂସ୍କୃତିକ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସାଂସଦ ପ୍ରତିନିଧି ରୂପେ ଗୋବର୍ଦ୍ଧନ ଭୂଏ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଦେବାଶିଷ ସିହ୍ନା , ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବକ ସାଂସ୍କୃତିକ ମଞ୍ଚର ଉଦଘାଟନ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ ଢୋଲିଆ କୁଷା କଳା ପରିଷଦ ବରଗଡ଼ ଦ୍ବାରା ସାଂସ୍କୃତିକ ଲୋକ ନୃତ୍ୟ ପ୍ରଦର୍ଶିତ କରିଥିବା ବେଳେ ଯାତ୍ରୀ ଖଟଖଟିଆ ବୋଦ୍ଧର ଆଦିବାସୀ ନୃତ୍ୟ , ମାଣ୍ଡୋସିଲ କେଜିଭିପି ଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଶତ୍ରୁଘ୍ନ ଷୁଲ ଭର୍ଣ୍ଣି ଭେଡେନ ଓ ଅତାବିରା ସାଂସ୍କୃତିକ ଦଳର ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେହିପରି ଶ୍ରୀଶ୍ରୀ ନୃସିଂହ ଚରିତ ଓ ମୂଷିକ ଦୈତ୍ଯ ଦରବାର ଲୋକ ନାଟକର ଉଦଘାଟନୀ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ତେବେ ଏହି ମନଲୋଭା ସାଂସ୍କୃତିକ ସନ୍ଧ୍ୟାକୁ ଆନନ୍ଦର ସହ ଉପଭୋଗ କରିଥିଲେ ଦର୍ଶକ। ତେବେ ପ୍ରକୃତି ଓ ପରିବେଶ ବଞ୍ଚାଇବା ପାଇଁ ନିଜର ଦୃଢ଼ ଉଦ୍ୟମ ମିନକେତନ ସାହୁଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଗତ ମାଟ୍ରିକ ପରୀକ୍ଷାରେ ସାରା ଓଡ଼ିଶାରେ ସର୍ବାଧିକ ନମ୍ବର ରଖିଥିବା ବବିତା ରଥଙ୍କୁ ଶିକ୍ଷା କ୍ଷେତ୍ରର ଯୋଗ୍ୟତା ପାଇଁ ସମ୍ମାନିତ କରାଯାଇଥିଲା। ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ଦିର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ଦେବାଶିଷ ସିହ୍ନା ପରିଶେଷରେ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.