ପଦ୍ମପୁର:ତା:୧୦/୦୫/୨୫ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ୧୦ ଦିନ ଧରି ଚାଳିଥିବା ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଆଜି ଉଦଯାପିତ ହୋଇଯାଇଛି । ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡଃ କେଶ ରଞ୍ଜନ ପ୍ରଧାନ ଯୋଗଦେଇ ଶିକ୍ଷା ହିଁ ଜୀବନର ବଡ଼ ସାହାଯ୍ୟ ବୋଲି ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ପ୍ରାନ୍ତ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଖଗେଶ୍ବର ଦାଶ ଯୋଗଦେଇ ସମାଜ ନିର୍ମାଣ ରେ ଜଣେ ଆଚାର୍ଯ୍ୟ ର ଭୂମିକା ସଂଘ ଶତାବ୍ଦୀର ଆହ୍ୱାନ ଦୃଷ୍ଟିରୁ ନିଜ ମଧ୍ୟରେ ପଞ୍ଚ ପରିବର୍ତ୍ତନ କୁ ଜାଗୃତ କରିବା ଗୁରୁତ୍ତ୍ୱପୂର୍ଣ୍ଣ ର ମତ ପୋଷଣ କରିଥିଲେ । ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପଶ୍ଚିମ ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ତଥା ବର୍ଗ ର ବୃତ୍ତ କଥନ କରିଥିବା ବେଳେ ପଶ୍ଚିମ ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଗୁରୁମା ମାନଙ୍କ ଦ୍ଵାରା ସାମୂହିକ କଣ୍ଠ ସଂଗୀତ ସମସ୍ତ ଙ୍କ ମନମୁଗ୍ଧକର ଥିଲା। ବରଗଡ଼, ସମ୍ବଲପୁର ଓ ରାଉରକେଲା ବିଭାଗରୁ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ୧୩୨ ଟି ଶିଶୁ ମନ୍ଦିର ରୁ ୧୪୦ ଜଣ ଗୁରୁଜୀ ଗୁରୁମା ୧୫ ଜଣ ପ୍ରଶିକ୍ଷକ ପ୍ରଶିକ୍ଷିକା ଯୋଗଦେଇ ୪୮ଟି କାଳାଂଶ ରେ ଶିକ୍ଷା ଅର୍ଜନ କରିଥିଲେ।ପଶ୍ଚିମ ସମ୍ଭାଗ ପ୍ରଭାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପଟ୍ଟନାୟକ,ସମ୍ବଲପୁର ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଜୟ କିଶୋର ପଣ୍ଡା, ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତି, ରାଉରକେଲା ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ,ସଂପାଦକ ଜନକଲାଲ ମେହେର, ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ରୋହିତ କୁମାର ମେହେର ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିକାଶ ସମିତି ତରଫରୁ ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତି ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥଲା ।
Sign in
Sign in
Recover your password.
A password will be e-mailed to you.
Next Post