ପଦ୍ମପୁର:-ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ଶୁକ୍ରବାର ଶିଶୁ ମନ୍ଦିର ପରିସରରେ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଛି । ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଦନ ଭୋଇ, ସମ୍ମାନିତ ଅତିଥି ଭାବେ ଡକ୍ଟର ଶଙ୍କର ରାମ ଚନ୍ଦାନୀ,ଯୁବ ନେତା ପ୍ରିତେଶ କୁମାର ବହିଦାର, ବିଜେପି ନଗର ସଭାପତି ସୁନୀଳ ଅଗ୍ରଓ୍ବାଲ, ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ, ଶିକ୍ଷା ବିକାଶ ସମିତି ପଶ୍ଚିମ ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର,ପାଇକମାଳ ଏ ବି ଓ ଶ୍ରୀଯୁକ୍ତ ଶୁଭମ୍ ପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମେ ମାଆ ସରସ୍ଵତୀ ଙ୍କ ପୂଜାର୍ଚ୍ଚନା ପରେ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ଦଶମ ଶ୍ରେଣୀରେ A1 ପାଇଥିଵା ଗଜେନ୍ଦ୍ର ମହାରଣା, ଲୋକପାଲ ପ୍ରଧାନ,ଗୋଲଡି ବେହେରା, ସ୍ଵସ୍ତିକ ବିଶି,ଖୋଲା ମଞ୍ଜରୀ ସାହା , ପ୍ରାଦେଶିକ ମେଧା ରେ ଦଶମ ସ୍ଥାନ ଅଧିକାର କରିଥିବା ସିଦ୍ଧାର୍ଥ ଶେଖର ସାହୁ, ଦୀପଶିଖା ଗଡତିଆ ଓ ଶ୍ରୀଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ୩ୟ ଶ୍ରେଣୀ ରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ସୈ।ରଭ ଗଡତିଆ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ ଉ ବ୍ୟବହାର ରେ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ରୋହିତ କୁମାର ମେହେର, ସଂକୁଳ ପ୍ରମୁଖ ଦ୍ଵାଦଶ କୁମାର ପ୍ରଧାନ,ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି, ପୂର୍ବତନ ଛାତ୍ର ସଂସଦ ସଭ୍ୟ,ମାତୃଭାରତୀ ସମସ୍ତ ସଭ୍ୟା ବୃନ୍ଦ, ଶିକ୍ଷା ବିକାଶ ସମିତି ସମସ୍ତ ପୂର୍ଣ୍ଣ କାଳିନ କାର୍ଯ୍ୟକର୍ତ୍ତା ଓ ସମସ୍ତ ଗୁରୁଜୀ ଗୁରୁମା, ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରବଦ୍ଧକ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ଭାଇଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.