ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ରେଡକ୍ରସ୍ ପତାକା ଉତ୍ତୋଳନ କରିବା ସହ ରେଡକ୍ରସ୍ ର ଶପଥ ପାଠ କରାଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକକ୍ତ ଜିଲ୍ଲାପାଳ ବୈତୁରା ଦୀପ , ତନ୍ମୟ କୁମାର ଦରଓ୍ବାନ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼ା.ମୀନତି ଦାସ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ନିହାରେନ୍ଦ୍ର ପଣ୍ଡା, ଶିକ୍ଷାବିତ ଅଜୟ କୁମାର ମିଶ୍ର,ମୂଖ୍ୟ ବକ୍ତା ଭାବେ ଡ଼. ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ ସମାଜ କଲ୍ୟାଣ ଦିଗରେ ରେଡକ୍ରସ୍ ର ମହନୀୟ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପାଇଥିବା ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ଓ ସୁଧିର କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
୨୦୨୪-୨୫ ବର୍ଷ ପାଇଁ ସର୍ବାଧିକ ରକ୍ତଦାନ କରିଥିବା ଆଶୀଷ ମହାନ୍ତି, ପ୍ରବିଣ ମହାନ୍ତି, ରାଜେଶ ଗଉଡ, ସୌମ୍ୟରଞ୍ଜନ ସା, ମିଳନ କୁମାର ଭୋଇ, ହେମ ସାଗର ସାହୁ, ଉମାକାନ୍ତ ସୁନାନୀ, ଆମ ଓଡ଼ିଶା ସମ୍ବାଦ, ବେଦାନ୍ତ ଲାଞ୍ଜିଗଡ, ସୋସିଆଲ , ୱେଲଫେୟର ଅରଗାନାଇଜେସନ, ଯୁବ ରେଡକ୍ରସ୍ , ପ୍ରଗତି ଡିଗ୍ରୀ ମହାବିଦ୍ୟାଳୟ, ବାଲୁଙ୍କେଶ୍ୱର ମନ୍ଦିର କମିଟି, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଜରୁରୀକାଳୀନ ବିଭାଗ ତରଫରୁ ଜିଲ୍ଲା ରେଡକ୍ରସ୍ ଶାଖା ସଂପାଦିକା ସୁଶ୍ରୀ ସୌଦାମିନୀ ମାଝୀ , ବଟକୃଷ୍ଣ ଆଚାରୀ ଓ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post