ହର୍ଡାଟାଲ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ
ବଲାଙ୍ଗିର/ Niroj kumar Mishra : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀମାନେ ସ୍ଥାନୀୟ ମାଁ ରାମଚଣ୍ଡି ଙ୍କ ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟ ପରିସରରେ ପହଂଚିଥିଲେ । ଉକ୍ତ ଉତ୍ସବକୁ ବଲାଙ୍ଗିର ବି.ଡି.ଓ. ସତ୍ୟନାରାୟଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଲୋୟର ସୁକତେଲ୍ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ. ବେଲାର ସିଂହ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ସମ୍ମାନୀତ ଅତିଥି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷାର ମାନଦଣ୍ଡର ମୁଖ୍ୟ ଭାଗିଦାର ଛାତ୍ର ଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀ, ଏମାନେ ମାନବ ଶୃଙ୍ଖଳର ଏକ ଅଭିନ୍ନ ଅଙ୍ଗ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ରୌପ୍ୟ ଜୟନ୍ତୀ କମିଟୀର ସଭାପତି ଭରତ ଚନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାନ୍ଧ୍ୟ ଅଧିବେଶନରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି, ବଲାଙ୍ଗିର ବିଧାୟକ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର, ବିରୋଧି ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି , ସମାଜସେବୀ ଶ୍ରୀକର ମିଶ୍ର, ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ବାମଦେବ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗାଁର ସହଯୋଗ ଓ ଶ୍ରମଦାନ ବଳରେ ଶିକ୍ଷାନୁଷ୍ଠାନ ଗଢି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢିବା ବାସ୍ତବରେ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ରୌପ୍ୟ ଜୟନ୍ତୀର ସ୍ମରଣୀକା ମୁଖ୍ୟ ଅତିଥି ଶ୍ରୀ ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସଭାକୁ ବରିଷ୍ଠ ସାମ୍ବାଦିକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର । ଏ ଅବସରରେ ବିଦ୍ୟାଳୟର ପୁରାତନ ଶିକ୍ଷକ ସଞ୍ଜୟ ତ୍ରିପାଠୀ, ସର୍ବୋତ୍ତମ ଛାତ୍ରୀ ତୃପ୍ତିମୟୀ ମିଶ୍ର, ପରିଚାଳନା କମିଟୀ ସଦସ୍ୟ ତଥା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସମ୍ବଲପୁର ଲହରୀ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉତ୍ସବର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ଅବସର ପ୍ରାପ୍ତ ଶାଖା ପରିଚାଳକ, ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶତୃଘ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନନ୍ଦ ମୁଖ୍ୟ ଅତିଥି, ସୁନ୍ଦରଗଡ ଜିଲ୍ଲାର ସର୍ବ ଶିକ୍ଷା ଅଭିଯାନ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅମୂଲ୍ୟ ପଧାନ, ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଜେନା, ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିଳମଣୀ ପଟେଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କର ଅନ୍ତନିର୍ହିତ କଳାର ବିକାଶ ପାଇଁ ପ୍ରୋତ୍ସାହନ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ତଥା ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରୌପ୍ୟ ଜୟନ୍ତୀ ଉଦଯାପନୀ ସନ୍ଧ୍ୟାରେ ଶିକ୍ଷାବିତ୍ ନେତ୍ରାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ସନାତନ ଠାକୁର, ସମ୍ମାନୀତ ଅତିଥି ଭାବେ ଓଡିଶା ମହିଳା ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ଯୁବନେତା ସମରେନ୍ଦ୍ର ମିଶ୍ର ଯୋଗ ଦେଇ ଗାଁର ସହଯୋଗ ଥିଲେ ଶିକ୍ଷାର ମାନ ବୃଦ୍ଧି ହୁଏ ବୋଲି ମତ ପ୍ରକାଶ କରିଥିଲେ । ସଭା ଶେଷରେ ପାଟଣାଗଡର ସାତ କୁଅାଁରି ଅନୁଷ୍ଠାନ ଓ ସୁବର୍ଣ୍ଣପୁରର ମାଁ ମେଲୋଡି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏ ଅବସରରେ ଆୟୋଜିତ ବିଭିନ୍ନ ଷ୍ଟଲ ତଥା ମୀନା ବଜାରକୁ ପ୍ରାୟ ପାଞ୍ଚଟି ପଞ୍ଚାୟତ ର ହଜାର ହଜାର ଜନସାଧାରଣ ତଥା ଛାତ୍ର ଛାତ୍ରୀ ଉପଭୋଗ କରିଥିଲେ । ଉତ୍ସବର ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ମିଶ୍ର, ଶିକ୍ଷକ ପ୍ରଦୀପ ବେହେରା, ବୈକୁଣ୍ଠ ଜେନା, ରାଜେନ୍ଦ୍ର ମିଶ୍ର, ଦାଶରଥୀ ମହାପାତ୍ର, ଟଙ୍କଧର ଭୋଇ, କେଲାର ସାହୁ ତଥା ଶିକ୍ଷା କର୍ମଚାରୀ ପବିତ୍ର ପଧାନ,ଯୁଧିଷ୍ଠିର ଧରୁଆ, ତ୍ରିନାଥ ନାଏକ, ରୌପ୍ୟ ଜୟନ୍ତୀ କମିଟୀର ଗୋପୀନାଥ ଭୋଇ, ଦୂର୍ଗା ଭୋଇ, ପ୍ରେମରାଜ ପଧାନ, ଦଶରଥ ଦଣ୍ଡସେନା ତଥା ହର୍ଡାଟାଲ, ହରିପାଲି, ସିଆଲବାହାଲି, ବ୍ରାହ୍ମଣୀ ଡୁଙ୍ଗୁରୀ, ବାନ୍ଧନଘୋର ଗ୍ରାମର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ ।