ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ଗ୍ରାମସଭା ଅନୁଷ୍ଠିତ,ଆସନ୍ତା ୯ରେ ମହୋତ୍ସବ ଶୁଭଖୁଣ୍ଟି ।

5

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)-ଗଞ୍ଜାମ ଜିଲ୍ଲାର ଅନ୍ୟତମ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁଁ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାମସଭା ବେଲଗୁଣ୍ଠା ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ବୈଠକ ସ୍ଥଳରେ ପହଞ୍ଚିବା ପରେ ବେଲଗୁଣ୍ଠାର ବହୁ ମହିଳା ପହଞ୍ଚି ବିଧାୟକ ଶ୍ରୀ ବିଷୋୟୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏଥିସହିତ ସହରବାସୀଙ୍କ ତରଫରୁ ବିଧାୟକ ଶ୍ରୀ ବିଷୋୟୀଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସ୍ୱାଗତ କରାଯାଇଥିଲା ।ପରମ୍ପରା ଅନୁସାରେ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ କମିଟିର ସଭାପତି ଭାବେ ବିଧାୟକ ଶ୍ରୀ ବିଷୋୟୀ ଦାୟିତ୍ବ ନିର୍ବାହ କରିବା ପାଇଁଁ ନଗରପାଳ ଶ୍ରୀ ସେଠୀ ପ୍ରସ୍ତାବ ରଖିଥିଲେ । ବିଧାୟକ ଶ୍ରୀ ବିଷୋୟୀ ଏହାକୁ ସମ୍ମତି ଜଣାଇ ବେଲଗୁଣ୍ଠା ଯାତ୍ରା ଏକ ସଂସ୍କୃତି, ପରମ୍ପରା ସମ୍ପୁର୍ଣ୍ଣ ଯାତ୍ରା ହୋଇଥିବା ବେଳେ ଏହି ଯାତ୍ରାକୁ ଏହି ବର୍ଷ ସୂଚାରୁରୂପେ ତଥା ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁଁ ସହରବାସୀଙ୍କ ସହଯୋଗ ଲୋଡ଼ିଥିଲେ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ନଗରପାଳ ଫିରୋଜ କୁମାର ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ ।ଏହି ଅବସରରେ ମହୋତ୍ସବ କମିଟି ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ବିଧାୟକ ଶ୍ରୀ ବିଷୋୟୀ ମନୋନୀତ କରିଥିଲେ ‌। କମିଟିର ଉପଦେଷ୍ଟା ଭାବେ ପୁର୍ବତନ ନଗରପାଳ ରବିନ୍ଦ୍ରନାଥ ମହାପାତ୍ର ଓ ବରିଷ୍ଠ ନେତା ନୀଳାଚଳ ମହାପାତ୍ର,ସମ୍ପାଦକ ଭାବେ ଏଲ୍. ସତିଶ ରେଡ୍ଡୀ ଓ ସହ ସମ୍ପାଦକ ଭାବେ ଦିବ୍ୟ ରଞ୍ଜନ ଦାଶ ଦାୟିତ୍ବ ନିର୍ବାହ କରିବା ନେଇ ବିଧାୟକ ପ୍ରକାଶ କରିଥିଲେ ।ଏଥି ସହିତ ଆସନ୍ତା ୯ ତାରିଖରେ ପୁର୍ବ ପରମ୍ପରା ଅନୁସାରେ ବଡ଼ଦାଣ୍ଡ ଠାରେ ବିଧାୟକଙ୍କ ମୁଖ୍ୟ ଆତିଥ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯିବା ନେଇ ସୁଚନା ମିଳିଛି । ଶୁଭଖୁଣ୍ଟି ସ୍ଥାପନା ପରେ ବିଭିନ୍ନ ସାହି ତରଫରୁ ନଗର ପରିକ୍ରମା କରାଯିବା ସହିତ ବିଭିନ୍ନ ପ୍ରକାରର ବାଣ ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ବାଣ ପଟୁଆର ଦେଖିବା ପାଇଁ ଅଞ୍ଚଳ ବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।ଭକ୍ତି, ବିଶ୍ବାସ, ସଂସ୍କୃତି ଓ ପରମ୍ପରାର ଏହି ମିଶ୍ରିତ ପର୍ବରେ ମାଁ ଙ୍କ ନଗର ପରିକ୍ରମା ବିଶେଷ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ,ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ପୁର୍ବତନ ଉପନଗରପାଳ ପ୍ରତିନିଧି ସତ୍ୟନାରାୟଣ ମହାପାତ୍ର, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି,ରାଧାକୃଷ୍ଣ ସ୍ୱାଇଁ, କାଉନସିଲ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ, ପ୍ରଦୀପ କୁମାର ସେଠୀ, ଦିଲ୍ଲୀପ ଆଚାରୀ, କାଉନସିଲର ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି,ରଞ୍ଜିତ କୁମାର ସାମଲ,ଆଲୋକ କୁମାର ସାହାଣୀ, ମହେନ୍ଦ୍ର ବେହେରା,ନାରାୟଣ ସାହୁ,
ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ,ବହୁ ସାହି କମିଟି ସଦସ୍ୟ, ଗ୍ରାମ ବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.