ଲାଞ୍ଚ ନେବାବେଳେ ଧରାପଡିଲେ ଵୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ ।

5

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଏବଂ ତାଙ୍କ ସହଯୋଗୀ ବାବୁଲାଲ ବାରିକଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଗିରଫ କରିଛନ୍ତି। ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ। ସେହିପରି ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ। ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ ବୋଲି ସୂଚନା ମିଳିଛି। ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଏହି ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡି ଗଲେ ମସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ । ସେମାନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଏକ ମକଦ୍ଦମା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ଭିଜିଲାନସ୍ ବିଭାଗ ।

Leave A Reply

Your email address will not be published.