ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ୩୨ ତମ ବାର୍ଷିକ ଉତ୍ସବ

6

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମାତୃ ବିହାର ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନର ୩୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମିତିସଭ୍ୟ ବିଭୂପାଦ ଜେନା ଯୋଗ ଦେଇ ବାର୍ଷିକଉତ୍ସବର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ସମ୍ପାଦକ ତ୍ରିଲୋଚନ ପ୍ରଧାନ, ଆଇନଜୀବୀ ସନ୍ତୋଷ କୁମାର ବିଶ୍ୱାଳ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ଚିନ୍ତାମଣି ଦାସ, ଗୋବର୍ଦ୍ଧନ ବେହେରା,ଦୟାନିଧି ବିଶ୍ବାଳ ଯୋଗଦେଇଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଅନୁଷ୍ଠାନ ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ଉପସ୍ଥିତ ଅତିଥି ମାନେ ୨୦୨୪-୨୫ ଶିକ୍ଷା ବର୍ଷରେ ବାର୍ଷିକ ପରୀକ୍ଷାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର,ମାଆଙ୍କ ପୁସ୍ତକ ଏବଂ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଟିକି ଅପା, ମମତା ଅପା, ସ୍ମିତା ଅପା, ସାଗରିକା ଅପା, ପୁଷ୍ପା ଅପା, ସୁପ୍ରଭା ଅପା, ସତ୍ୟଭାମା ଅପା, ସୋନାଲି ଅପା, କଳ୍ପନା ଅପା, ମମତା ଅପା, ବବିତା ଅପା, ସବିତା ଅପା ସହଯୋଗ କରିଥିଲେ I

Leave A Reply

Your email address will not be published.