ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : ରାଜ୍ୟରେ ଗଜପତି ଜିଲ୍ଲାର ପାସ ହାର ୯୯.୩୫ %

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଏଥର ଗଜପତି ଜିଲ୍ଲାର ପାସହାର ସର୍ବାଧିକ ରହିଛି । ଜିଲ୍ଲାରେ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଜିଲ୍ଲାରେ ୧୬୦ଟି ବିଦ୍ୟାଳୟର ୭୬୮୫ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୭୪୯୯ଜଣ ପିଲା ପାସ କରିଛନ୍ତି। ସେଥି ମଧ୍ୟରୁ A1 ଗ୍ରେଡରେ ୧୫ଜଣ , A2 ଗ୍ରେଡରେ ୬୩୩ଜଣ , B1 ଗ୍ରେଡରେ ୨୨୫୪ ଜଣ , B2 ଗ୍ରେଡରେ ୨୩୬୫ଜଣ , C ଗ୍ରେଡରେ ୧୩୩୧ ଜଣ , D ଗ୍ରେଡରେ ୭୪୫ ଜଣ , E ଗ୍ରେଡରେ ୧୫୬ ଜଣ।
ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରୋଜ୍ୟୋତି ଚୌଧୁରୀ ୬୦୦ ରୁ ୫୬୬ ମାର୍କ ରଖି ପ୍ରଥମ ଟପ୍ପର ହୋଇଥିବା ବେଳେ ଗୁରାଣ୍ଡି ଏସ୍ କେ ସି ଜି ହାଇସ୍କୁଲର ଶ୍ରଦ୍ଧାଞ୍ଜଳି ପାତ୍ର ୬୦୦ ରୁ ୫୬୦ ମାର୍କ ରଖି ଦ୍ବିତୀୟ ହୋଇଛନ୍ତି।

Leave A Reply

Your email address will not be published.