ଭୁବନେଶ୍ୱର , ମେ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ନିକଟରେ ମାନସିକ ପରିଚାଳନା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
‘ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ଚାପ ପରିଚାଳନା’ ସମ୍ପର୍କିତ ଏହି କର୍ମଶାଳାରେ କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଡାକ୍ତର ଯଶୋବନ୍ତ ମହାପାତ୍ର ଯୋଗ ଦେଇ ମାନସିକ ଚାପକୁ କିଭଳି ଚିହ୍ନଟ, ହୃଦୟଙ୍ଗମ ଏବଂ ପରିଚାଳନା କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।
ଡାକ୍ତର ମହାପାତ୍ର ମାନସିକ ଚାପ ପରିଚାଳନା କ୍ଷେତ୍ରରେ କେତେକ ନିର୍ଦ୍ଧିଷ୍ଟ ଦିଗ ଯଥା ଚିନ୍ତା କରିବାର ଶୈଳୀ ଏବଂ ବ୍ୟବହାର ଓ ଜୀବନ ଶୈଳୀରେ ପରିବର୍ତନ ଆଣିବା ଉପରେ ମତବ୍ୟକ୍ତ କରିଥିଲେ । କୋ÷ଣସି ପଦକ୍ଷେପ ନେବା ପୂର୍ବରୁ ଗଭୀର ଭାବେ ଏହାର ଅନୁଶୀଳନ କରିବା ସହ ମାନସିକ ଚାପର ଉଚିତ ପରିଚାଳନା କରିବା ବିଷୟରେ ସେ ଗୁରୁତ୍ୱାରୋପ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆସୋସିଏଟ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଏବଂ ଆସୋସିଏଟ୍ ପ୍ରଫେସର ଡକ୍ଟର ଗଣେଶ ପ୍ରସାଦ ଦାସ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ଉଦ୍ୟାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଯୋଗ ଦେଇ ଭାଗ ନେଇଥବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.