ଭୁବନେଶ୍ୱର, ୨ ମଇ ୨୦୨୫ : ଓଡ଼ିଶାର ବର୍ତ୍ତମାନ ସରକାରର ଏକ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରିବା ପାଇଁ ରୋଡମ୍ୟାପ ତିଆରି କରିବା ଉଦ୍ଦେଶ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଶ୍ରୀମତୀ ପାଢ଼ୀ ଏହି ଉତ୍ସବକୁ ଅର୍ଥପୂର୍ଣ୍ଣ, ଅର୍ନ୍ତଭୁକ୍ତି ଓ ପ୍ରଭାବଶାଳୀ ଭାବେ ଆୟୋଜନ କରିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସରକାରଙ୍କ ଏକ ବର୍ଷର ସଫଳତା ବିବରଣୀ ଏହି ଅବସରରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ।
ଜନସାଧାରଣ ସମ୍ପର୍କ କାର୍ଯ୍ୟକ୍ରମରେ ସମସ୍ତ ୧୧୫ ଅର୍ବନ୍ ଲୋକାଲ ବଡି (ULB), RTO ଅଞ୍ଚଳ ଓ ବନ୍ଦର କ୍ଷେତ୍ରରେ ଉନ୍ନତି ଉପଲବ୍ଧି ବିଷୟରେ ଅବଗତ କରିବା।
ପ୍ରଦର୍ଶନୀ ଓ ମଲ୍ଟିମିଡିଆ ଅଭିଯାନ ମାଧ୍ୟମରେ ସଫଳ କାହାଣୀ ଓ ନବଚେତନାତ୍ମକ ପ୍ରୟାସଗୁଡିକୁ ଦେଖାଇବା।
କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡିକ ଗୁଡିକର ଲୋକାର୍ପଣ ଓ ଶିଳାନ୍ୟାସ ,ଭିଜୁଆଲ୍ ଓ ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତି: ବିଭାଗୀୟ ସଫଳତା ବିବରଣୀ ଉପସ୍ଥାପନ।
ନାଗରିକ ଭାଗୀଦାରୀ: ଘର, ସ୍ୱଚ୍ଛତା, ପରିବହନ ଓ ସହରାଞ୍ଚଳ ବିକାଶ ଉପରେ ଅଧିକ ଗୁରୁତ୍ୱ।.ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନିତ କରୁଥିବା ଅନୁଷ୍ଠାନ: ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା ଆଦି ଅନ୍ତର୍ଭୁକ୍ତ l
ଶ୍ରୀମତୀ ପାଢ଼ୀ ବିଭାଗ ଅନୁଯାୟୀ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ସମସ୍ତ କାର୍ଯ୍ୟକ୍ରମରେ ସର୍ବାଧିକ ଜନସାଧାରଣ ଭାଗୀଦାରୀ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉତ୍ସବ ଏକ ନାଗରିକ କୈନ୍ଦ୍ରିକ ଏବଂ ଗଣତାନ୍ତ୍ରିକ ଶାସନର ପ୍ରତିବିମ୍ବ ଭାବେ ଆୟୋଜିତ କରାଯିବ ।
ବୈଠକରେ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ତିଆରି କରିବା ଏବଂ ଏହି ଉତ୍ସବର ସଫଳତା ପାଇଁ ସମସ୍ତ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.