ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡ ଠାରେ ଥିବା ସି ଆଇ ଟି ୟୁ ଅନୁବନ୍ଧିତ ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶ୍ରମିକ ନେତା ବି.ଭୂପତି ଯୋଗଦେଇ ଶ୍ରମିକ ଏକତା ପ୍ରସଙ୍ଗ ରେ ଆଲୋକପାତ କରିଥିବା ବେଳେ ସଂଘ ସଭାପତି ନୃସିଂହ ଚରଣ ପଟ୍ଟନାୟକ , କାର୍ଯ୍ୟକାରୀ ସଭାପତି ଆଦର୍ଶ ଦାସ , ଆଇନ ପରାମର୍ଶଦାତା କାଶୀନାଥ ଦାସ , ଉପ ସଭାପତି ଏଡଲା ଶିବା ପ୍ରମୁଖ ମଞ୍ଚସୀନ ଥିଲେ।
ସଭା ପରେ ଶ୍ରମିକ ମାନଙ୍କୁ ନେଇ ଏକ ସହର ପରିକ୍ରମା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଗୌରୀ ସାହୁ , କେ ବାବୁ , ପି ସିମାଦ୍ରି , ଲୋକା ସାହୁ ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.