ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦାରେ ଅକ୍ଷୟ ତୃତୀୟା ଉତ୍ସବ

5

ଭୁବନେଶ୍ୱର:30/4-ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଅବସରରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦା ଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ନବକୃଷ୍ଣ ଚୌଧୁରୀ ବିଚାର ମଂଚ ବଡ଼ଚଣା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚର ରାଜ୍ୟ ସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି ଯୋଗ ଦେଇ ଭୂମିପୂଜାଅର୍ଚନା କରିବା ସହ ଅକ୍ଷିମୁଠି ଅନୁକୂଳ କରିଥିଲେ |

ବଡ଼ଚଣା ନବକୃଷ୍ଣ ଚୌଧୁରୀ ବିଚାର ମଂଚ ସଭାପତି ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ହାସ୍ୟାଭିନେତା ଦେବୁ ବ୍ରହ୍ମ।, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଓ ରବିପ୍ରିୟ ଦାଶଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଚାର ମଂଚର କାର୍ଯ୍ୟକର୍ତ୍ତା ଯୋଗଦେଇ ଅକ୍ଷିମୁଠି ଅନୁକୂଳ କରିଥିଲେ।
ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭରେ ଆଜିର ପବିତ୍ର ଦିବସରେ ଦେହାନ୍ତ ହୋଇଥିବା ଅଂଚଳର ଜଣେ ଚାଷୀଙ୍କ ଆମର ଆତ୍ମାର ସଦ୍ଗତି କାମନାକରି ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ପରିଡା , ଶିକ୍ଷବିତ୍ ଗୋବିନ୍ଦ ଚନ୍ଦ୍ର ପରିଡା ଓ ଦୟାନିଧି ସାମଲ , ସମାଜ ସେବୀ  ପ୍ରମିଳା ଦେବି , ପୂର୍ବତନ ସରପଞ୍ଚ ଖଗେଶ୍ୱର ଜେନା ,ଯୁବ ନେତା ଚିନ୍ମୟ ପ୍ରଧାନ କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ -ଶ୍ରୀକାନ୍ତ ମଲିକ୍ ଓ ସଂଜୟ ମଲିକ୍।ଏଥିରେ ବରପଦା ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।

ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦାରେ ଅକ୍ଷୟ ତୃତୀୟା ଉତ୍ସବ

Leave A Reply

Your email address will not be published.