ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା l ନିଆରା ଭାବେ ବିଦାୟ ଦେଲେ ଗ୍ରାମବାସୀ l ଏଭଲି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ଏହି ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ରଣା ଙ୍କୁ ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ଗ୍ରାମବାସୀ l ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏବିଇଓ ଗୁଞ୍ଜlଲୁ ମିର୍ଦ୍ଧା,ଏବିଇଓ ଜଗତ ମଲ୍ଲିକ, ଏବିଇଓ ବଟକୃଷ୍ଣ ପlଢ଼ି,ଅବସର ପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ନାୟକ ଓ ରାତ୍ର ମେଶୁଆ ,ସ୍ତାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ସେଟ, ସମିତି ଟିକେସ୍ଵର ବଢେଇ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ଆଶାରାମ ମେହେର ପ୍ରମୂଖ ଯୋଗଦେଇ ଅବସର କାଳୀନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ରଣା ଜଣେ ଆଦର୍ଶ ଶିକ୍ଷକ ହୋଇଥିବା ସହ ତାଙ୍କ ସମୟ ରେ ସ୍କୁଲ ର ଅନେକ ଉନ୍ନତି ହୋଇ ପାରିଛି ବୋଲି ଅତିଥି ଗଣ ମତ ପ୍ରକାଶ କରିଥିଲେ l ଏହା ସହ ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟ ଉତ୍ତମ୍ ଶିକ୍ଷକ ଭାବେ ବେଶ୍ ପରିଚୟ ହାସଲ କରିଥିବା ଅତିଥି ଗଣ ବକ୍ତବ୍ୟ ରେ କହିଥିଲେ l ଅବସର କାଳୀନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ରଣା କାର୍ଯ୍ୟରେ ୧୯୮୮ ମସିହା ରେ ଯୋଗଦେଇ ଦିର୍ଘ ବର୍ଷ ଧରି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରି ଆସୁଥିଲେ l ଆଜି ତାଙ୍କ ଅବସର କାଳୀନ ଦିନ l ଯେତିକି ସୁଖ ତାଠୁ ଅଧିକ ଦୁଃଖ ରେ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ ଦେଇଛନ୍ତି ବିଦାୟ l
ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳର ଉପସ୍ଥିତ ଥିବା ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା l ଶେଷ ରେ ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି, ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସହ ମୁଣ୍ଡ ରେ ମକୁଟ, ବେକରେ ପୁଷ୍ପ ମାଳା ରେ ସୁସଜ୍ଜିତ କରି ବାଜା ତାଳେ ତାଳେ ପହଣ୍ଡି ଗ୍ରାମ ପରିକ୍ରମା କରିବା ପରେ ସମୁହ ବିଦାୟ ଦେଇଥିଲେ l ଏହି ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କୁ ମୁରଲୀ ପ୍ରଧାନ, ସରୋଜ ପ୍ରଧାନ, ଆଶିଶ ମେଶୁଆ, ମଣ୍ଟୁ ବାରିକ , ଫକୀର ଡlଙ୍ଗ ଏବଂ ମନୋଜ ମଟlରି ପୂର୍ଣ୍ଣ ମାତ୍ର ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.