ଗୁଣୁପୁର ରେ ଟି ଡି ଏସ ସମ୍ବନ୍ଧୀୟ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର କର୍ମଶାଳା ଅନୁଷ୍ଠିତ।

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସଦର ସ୍ଥାନୀୟ ପଂଚାୟତ ସମିତି ସଭା ଗୃହ ଠାରେ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ମଣ୍ଡଳ ରାୟଗଡା ଓ କର ନିର୍ଧାରଣ ଏକକ ଗୁଣୁପୁର ପକ୍ଷରୁ ଏକ ସଚେତନ ମୂଳକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି.। ଯୁଗ୍ମ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆଯୁକ୍ତ ଶ୍ରୀ ଅବିନାଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳା ରେ ବିଭିନ୍ନ ଟି ଡି ଏସ ଅଧିକାରୀ ମାନଙ୍କୁ ଶ୍ରୀ ସଚିନ୍ଦ୍ର କୁମାର ମହନ୍ତ ଦ୍ରବ୍ୟ ଓ ସେବାକର ଅଧିକାରୀ ଟି ଡି ଏସ ସମ୍ବନ୍ଧୀୟ ସମସ୍ତ ଧାରା ପଦ୍ଧତି ଓ କ୍ରିୟା କଳାପ ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଟି ଡି ଏସ ଅଧିକାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ। ଏହି କର୍ମଶାଳା ରେ ଶ୍ରୀ ସତ୍ୟନାରାୟଣ ଭୂୟାଁ ଓ ଶ୍ରୀ ଦେବେନ୍ଦ୍ର କୁମାର ବାଗ, ଦ୍ରବ୍ୟ ଓ ସେବାକର ସହାୟକ ଆଯୁକ୍ତ, ଶ୍ରୀ ଭାସ୍କର ହରି ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ସାହୁ, ଦ୍ରବ୍ୟ ଓ ସେବାକର ଅଧିକାରୀ , ବରିଷ୍ଠ ସହାୟକ ଶ୍ରୀ କେଦାର ନାୟକ, ଶ୍ରୀ ଭଗବାନ ସାହୁ ଓ ଚିତ୍ତ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.