ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଓ ସ୍ୱାଭିମାନ ଦିବସ ପାଳିତ

6

ଭୁବନେଶ୍ୱର,୨୮/୪ : ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲାତିରୁ ଦେଶ ସେବା ସମାଜସେବା କରୁଥିଲେ। ମଧୁ ବାବୁ କେବେ ତାଙ୍କ ଜୀବନରେ ସାଲିସ କରିନାହାନ୍ତି। ସେ ସମାଜ ସଂସ୍କାରକ ଥିଲେ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଚିରସ୍ମରଣୀୟ। ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ଇଂରାଜୀ ଭାଷା ଓ ତାଙ୍କ ଆଇନଙ୍କୁ ପଡି ଅସ୍ତ୍ର ଭଳି ବ୍ୟବହାର କରି ସଫଳ ହୋଇଥିଲେ। ଓଡ଼ିଶା,ଓଡ଼ିଆ ଏବଂ ଓଡ଼ିଆ-ଭାଷାର ସ୍ୱାଭିମାନକୁ ନେଇ ଯଦି କିଏ ସମଗ୍ର ଇତିହାସରେ ପ୍ରାଣପାତ କରି ଲଢ଼େଇ କରିଥିଲା ସେ ଥିଲେ ମଧୁସୂଦନ ଦାସ l ତାଙ୍କ ଭଳି ଜଣେ ମହାପୁରୁଷଙ୍କ ଜନ୍ମଦିନକୁ ଆମେ ଓକିଲ ଦିବସ ଓ ସ୍ୱାଭିମାନ ଦିବସ ରୂପେ ପାଳନ କରୁଛୁ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ୍ଭେ ଅନ୍ୟଙ୍କୁ ବ୍ୟବହାର ଓ କାର୍ଯ୍ୟ କରିବା ଉଚିତ ବୋଲି ଭୁବନେଶ୍ୱର ଓକିଲ ସଂଘ ତରଫରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ମଧୁ ବାବୁଙ୍କ ୧୭୭ତମ ଜୟନ୍ତୀ ତଥା ‘ଓକିଲ ଦିବସ’ ପାଳନ ଅବସରରେ ଅତିଥି ମାନେ କହିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭି.ନରସିଂହ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁର,ସମ୍ମାନୀତ ଅତିଥି ଭାବେ ଭାରତୀୟ ଆଇନ ପରିଷଦ ସଦସ୍ୟ ଭକ୍ତ ଭୂଷଣ ବାରିକ୍‌ ଯୋଗଦେଇ ମଧୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ।

ଏଥିରେ ଅଧ୍ୟକ୍ଷତା କରିଥିଲେ ଭୁବନେଶ୍ୱର ଓକିଲ ସଂଘର ସଭାପତି ଅଶୋକ କୁମାର ପାତ୍ର। ସଂଘର ସମ୍ପାଦକ ସତ୍ୟ ରଞ୍ଜନ ସେନାପତି ସ୍ବାଗତ ଭାଷଣ ଦେଇ ମଧୁସୂଦନ ଦାସଙ୍କ ଏକ ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ମୂର୍ତ୍ତୀ ଭୁବନେଶ୍ୱର ନୂତନ ନ୍ୟାୟିକ ପରିସରରେ ପ୍ରତିଷ୍ଠା କରିବା ସହ ରାଜ୍ୟରେ ପ୍ରତି ନ୍ୟାୟାଳୟରେ ମଧୁ ବାବୁଙ୍କ ମୂର୍ତ୍ତୀ ଏବଂ ତୈଳଚିତ୍ର ସ୍ଥାପନ କରିବା ସହିତ ଭୁବନେଶ୍ୱର କଚେରୀ ସାମ୍ନା ରାସ୍ତାକୁ ମଧୁସୂଦନଙ୍କ ନାମରେ ନାମିତ କରିବାକୁ ଦାବି ରଖିଥିଲେ ଅତିଥି ପରିଚୟ ପ୍ରଦାନ କରିବା ସହ ପୁରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଶୀଳଭଦ୍ର ଶାସ୍ତ୍ରୀ ଏବଂ ଆଦିଶା ମହାନ୍ତି l ଉପସଭାପତି କବିନ୍ଦ୍ର କୁମାର ବାରିକ୍‌ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରେ ୫୦ ବର୍ଷ ଓକିଲାତି ପାଇଁ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ,ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏବଂ ବରିଷ୍ଠ ଆଇନଜୀବୀ ହୃଦାନନ୍ଦ ରାଉତରାୟ,ନିର୍ମଳ ପଟ୍ଟନାୟକ,ମାନସ ମହାପାତ୍ର,ନିର୍ମଳ କିଶୋର ରଥ,ସସ୍ମିତା ନନ୍ଦ,ଆରତୀ ପଟ୍ଟନାୟକ ସମେତ ବହୁ ଓକିଲଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ବହୁ ଆଇନଜୀବୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାକୁ ସଙ୍ଘର ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତି, ସହ ସମ୍ପାଦକ ରଶ୍ମୀ ରଞ୍ଜନ ମୁଖି, କୋଷାଧ୍ୟକ୍ଷ ଦିପ୍ତିପ୍ରସାଦ ନନ୍ଦ, କାର୍ଯକାରୀ କମିଟି ସଭ୍ୟ ଅକ୍ଷୟ କୁମାର ଦାସ, ଆଶୁତୋଷ ସାସମଲ, ଜିତେନ୍ଦ୍ର ଭଟ୍ଟାଚାର୍ଯ୍ୟ,ଓଁ ତତ୍ବବିତ୍‌,ପ୍ରଦୀପ୍ତ କୁମାର ପାଲ,ସୁବ୍ରତ ସେନାପତି ଓ ପରିଚାଳନା କମିଟି ସଦସ୍ୟମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.