ସୋହେଲା :-ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ ଅତୁଳନୀୟ । ସେ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଓଡ଼ିଆ ଜାତି ପ୍ରତି ସମର୍ପିତ ସ୍ବାଭିମାନୀ ପୁରୁଷ । ତାଙ୍କ ଜନ୍ମ ଦିନକୁ ଓଡ଼ିଶାରେ ସମ୍ବାଦ ତରଫରୁ ସ୍ବାଭିମାନ ଦିବସ ଭାବେ ପାଳନ କରିବା ଯଥାର୍ଥ ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ସୋହେଲା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ସାହିତ୍ୟିକ ଟେକଚାନ୍ଦ ଦୁଆନ। ସମ୍ମାନୀତ ଅତିଥି ଭାବରେ ସମାଜସେବୀ ସାମ୍ବାଦିକ ଅସିତ ସ୍ବାଇଁ ଯୋଗ ଦେଇ ଥିଲେ । ସମ୍ବାଦ ସୋହେଲା ପ୍ରତିନିଧି ଅନୀଲ ପଧାନଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଆଜି ସୋହେଲା ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିନ ସ୍ବାଭିମାନ ଦିବସ ଭାବରେ ପାଳିତ ହୋଇ ଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକ୍ରମ ପ୍ରଧାନଙ୍କ ସଭାପତିତ୍ବ ଏବଂ ସମ୍ବାଦ ସାହିତ୍ଯ ଘର ସୋହେଲାର ସମ୍ପାଦକ କେଦାରନାଥ ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅତିଥି ମାନେ ମଧୁବାବୁଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସରସ୍ବତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେଶ ଚନ୍ଦ୍ର ନାଏକ, ଆଶିଷ ମେହେର, ରାଜଶ୍ରୀ ପଧାନ, କିରଣ ଭୁଏ, ନମିତା ଦନ୍ତା, ସୀମା ମଲ୍ଲିକ, ମମତା ବେହେରା ପ୍ରମୁଖ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର କର୍ମଚାରୀ ଦୁଷ୍ମନ୍ତ ବାରିକ , ପ୍ରତିମା ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.