ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବେଲଗୁଣ୍ଠା ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଉଛି I ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ I ମଧୁବାବୁ ଆଧୁନିକ ଉତ୍କଳର ମୁଖ୍ୟ ନିର୍ମାତା ଥିବା ବେଳେ ସେ ହିଁ ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚୟ କରାଇବାରେ ମୁଖ୍ୟ କର୍ଣ୍ଣଧାର ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅତିଥି ରୂପେ ଯୁବ କବି ତଥା ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ , ମଙ୍ଗଳପୁର ସ୍ୱାମୀବିବେକା ନନ୍ଦ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠାତା ମାଧବ ଚନ୍ଦ୍ର ଆପଟ, ବେଲଗୁଣ୍ଠା ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କାଶୀ ନାଥ ସାହୁ ସହ ପ୍ରଧାନ ଆଚାର୍ଯ୍ୟା ଶୁଭଶ୍ରୀ ପରିଡା, ଶିକ୍ଷକ ସୁକାନ୍ତ କୁମାର ମହାନ୍ତି, ଶିବରାମ ରାଊତ, ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁ, ମହାଲକ୍ଷ୍ମୀ ପାଢୀ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ଚନ୍ଦନ ସାହୁ, ପ୍ରଦୀପ ଚୌଧୂରୀ, ଯୁବ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ତୋଫାନ ସାହୁ, ନାରାୟଣ ପଣ୍ଡା, ସଚିନ୍ ପୁରୋହିତ, ପଞ୍ଚାନନ ସାହୁ, ପ୍ରମୁଖ ଯୋଗ ଦେଇଥିଲେ I ବିଦ୍ୟାଳୟର କର୍ମଚାରୀ ପ୍ରତିମା ପ୍ରତି,ଯାଜ୍ଞସେନୀ ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.