ଠିଆ ପାଲା ମାଧ୍ୟମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା।

5

   କିଛି ସ୍ବାଗତ କଲା ବେଳେ ଓଡ଼ିଆ ଅସ୍ମିତା ପାଲା ସଂସ୍କୃତିର ଅପମାନ ଆଉ କେହି କହିଲେଣି।                           

କେନ୍ଦୁଝର,ତା୨୮/୪- ନିକଟରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ଜନ୍ମ ଦିନ ପାଳନ ତାଙ୍କର ଶୁଭେଚ୍ଛୁ ମାନେ ନିଜ ନିଜ ଢଙ୍ଗରେ ପାଳିଛନ୍ତି। ଉଲ୍ଲେଖଯୋଗ୍ୟ କି ଶାନ୍ତ ସରଳ ମଣିଷ ଅନନ୍ତ ନାୟକ ସବୁବେଳେ ସାଧାରଣ ଜୀବନଯାପନ ଭଲ ପାଆନ୍ତି। ସେ ବିଲରେ ହଳ କରିବା ସହ ଧାନ ମଧ୍ୟ କାଟିଛନ୍ତି। ସେ ୧୯୯୯ ଓ ୨୦୦୪ ରେ ସାଂସଦ ହୋଇଥିଲେ ମଝିରେ ତିନି ପାଳି ନଥିଲେ ପୁଣି ୨୦୨୪ରେ ନିର୍ବାଚିତ ହୋଇଛନ୍ତି। ତେବେ ଏଥର ତାଙ୍କର ସମର୍ଥକ ମାନେ କେହି ସିଧା ଭେଟି ଫୁଲ ମାଳ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇ ଥିଲା ବେଳେ ଅଧିକାଂଶ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନନ୍ତ ନାୟକଙ୍କ ସହ ନିଜର ଫଟୋ ମିଶାଇ ଛାଡିଥିଲେ ସେଇଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ସାଂସଦଙ୍କୁ ଶୁଭେଚ୍ଛା ଜ୍ଞାପନ କରା ଯାଇଥିଲା। ତେବେ କେନ୍ଦୁଝର ସହରର ଜଣେ ସମର୍ଥକ ବିପ୍ଳବ ବ୍ରହ୍ମ ପାଲା ପରିବେଷଣ କଲାପରି ଚାମର ଧରି ହାପି ବାର୍ଥ ଡେ ଟୁ ୟୁ ଗୀତ ଗାଇ ସାଂସଦ ଅନନ୍ତ ନାୟକଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ତେବେ ଏହାକୁ ଅନେକ ଲୋକ ବିପ୍ଳବ ବ୍ରହ୍ମ ସାଂସଦଙ୍କ ଜନ୍ମ ଦିନ ପାଳନ ଲାଗି ଭାବ ବିହ୍ବଳ ହୋଇ ଯାଇଥିବା କହି ପ୍ରଶଂସା କଲା ବେଳେ, ଆଉ କିଛି ଲୋକ ଏହା ଆମ ପାରମ୍ପରିକ ଲୋକ କଳା ପ୍ରତି ଅପମାନ କହିଛନ୍ତି। ସେମାନେ ଓଡ଼ିଆ ଅସ୍ମିତା ପ୍ରତି ଏହା ଲଜ୍ଜା କହିଛନ୍ତି। ମାଆ ଶାରଳାଙ୍କ ପାଖରୁ ଆଜ୍ଞା ଆର୍ଶୀବାଦ ପାଇ ଗାୟକ ଚାମର ଧରି ପାଲା ପରିବେଷଣ କରେ ହେଲେ ଏଠାରେ ଚାମର ଧରି ଇଂରାଜୀ ଗୀତରେ ଜନ୍ମ ଦିନ ଶୁଭେଚ୍ଛା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ପାଲା ମହୋତ୍ସବରେ ଅତିଥି ହେଇଥିଲେ ସେ ନିଜେ ଏହି ଭିଡିଓ ଦେଖି କୁହନ୍ତୁ କିପରି ପାଲା ପରମ୍ପରାର ଅମର୍ଯ୍ୟାଦା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ଯାହା ହେଉ ବିପ୍ଳବ ବ୍ରହ୍ମଙ୍କ ନିଜ ସୁଲଳିତ କଣ୍ଠରେ ପାଲା ଗାୟକ  ବେଶରେ ଜନ୍ମଦିନ ଶୁଭେଚ୍ଛା କେନ୍ଦୁଝରରେ ଲୋକଙ୍କୁ ହାସ୍ୟରସର ଖୋରାକ ଯୋଗାଇଛି।

Leave A Reply

Your email address will not be published.